ଆସନ୍ତା ୨୩ରେ ଖୋଲିବ ହୀରାକୁଦ ଡ୍ୟାମ। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଗେଟ ଖୋଲିବାକୁ ନିଷ୍ପତି ନେଲେ କର୍ତୃପକ୍ଷ

621

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ପରିଚାଳନା ପାଇଁ ଗେଟ ଖୋଲିବାକୁ ନିଷ୍ପତି ନେଇଛନ୍ତି ଡ୍ୟାମ କର୍ତୃପକ୍ଷ । ତେଣୁ ଏହା ପୂର୍ବରୁ ମହାନଦୀ ଉପକୂଳରେ ବସବାସ କରୁଥିବା ସର୍ବସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି ।

ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୧୧ ଦଶମିକ ୭୫ ଫୁଟ ରହିଛି । ସେକେଣ୍ଡ ପିଛା ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ୩୨ ହଜାର ୭୪ କ୍ୟୁସେକ ବନ୍ୟା ଜଳ । ସେହିପରି ପ୍ରତି ସେକେଣ୍ଡରେ ୩୯ ହଜାର ୭୯୧ କ୍ୟୁସେକ ଜଳଭଣ୍ଡାରରୁ ନିଷ୍କାସିତ ହେଉଛିା