ରାଜ୍ୟ ସରକାରଙ୍କ ହୀରାକୁଦ ସୁରକ୍ଷା ଚିନ୍ତା । ବିଶ୍ୱର ବୃହତ ମାଟିବନ୍ଧର ସ୍ଥିତି ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଦଳ । ବନ୍ଧର ଫାଟ, ସୁଇସ ଗେଟ୍ ଏବଂ ସ୍ପିଲୱେ ପରଖିଲା ଟିମ୍

497

କନକ ବ୍ୟୁରୋ: ପୁଣି ରାଜ୍ୟ ସରକାରଙ୍କୁ ଘାରିଛି ହୀରାକୁଦ ବନ୍ଧର ସୁରକ୍ଷା ଚିନ୍ତା । ଡ଼୍ୟାମରେ ଥିବା ଫାଟ, ସୂୁଇସ ଗେଟ୍, ଅତିରିକ୍ତ ସ୍ପିଲୱେର କାମ କେତେ ବାଟ ଆଗେଇଛି । ଏସବୁର ସ୍ଥିତି ଯାଂଚ କରିଛନ୍ତି ରାଜ୍ୟ ସରକାରଙ୍କ ୫ ଜଣିଆ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ହୀରାକୁଦ ନଦୀବନ୍ଧର ବିଭିନ୍ନ ଅଂଚଳ ଗସ୍ତ କରି ସୁରକ୍ଷା ଯାଂଚ କରିଛନ୍ତି ଏହି ଟିମ୍ ।

କେମିତି ଅଛି ହୀରାକୁଦ ନଦୀବନ୍ଧ? ମାଟିବନ୍ଧର ସ୍ଥିତି ପରଖିଲେ ସ୍ୱତନ୍ତ୍ର ଦଳ । ହୀରାକୁଦ ନଦୀବନ୍ଧରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ୫ ଜଣିଆ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ବିଶ୍ୱର ସର୍ବବୃହତ ମାଟିବନ୍ଧର ସ୍ଥିତି ପରଖିଛନ୍ତି । ୧୯୯୩ ମସିହାରେ ପ୍ରଥମ ଥର ପାଇଁ ହୀରାକୁଦ ବନ୍ଧର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଏହାକୁ ଗୁରୁତର ସହ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୫ ମସିହାରୁ ୨୦୦୦ ମସିହା ଯାଏଁ ଫାଟ ମରାମତି କରାଯାଇଥିଲା । ବର୍ତ୍ତମାନ ସେହି ଫାଟର ସ୍ଥିତି କେମିତି ଅଛି? ସେଗୁଡିକର ପୁନଃ ମରାମତି ଆବଶ୍ୟକ କି? ସେନେଇ ସ୍ଥିତି ପରଖିଛନ୍ତି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଦଳ । ତେବେ ବର୍ତମାନ ଡ଼୍ୟାମର ସୁଇସ ଗେଟ୍ ଏବଂ ସ୍ପିଲୱେର ମରାମତି ଆବଶ୍ୟକ ନାହିଁ କିନ୍ତୁ ଭବିଷ୍ୟତରେ ଦରକାର ବୋଲି କହିଛନ୍ତି ସିଡ଼ବ୍ଲୁସିର ପୂର୍ବତନ ଅଧ୍ୟକ୍ଷ ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ହୀରାକୁଦ ନଦୀବନ୍ଧ ଉପରେ ଅନେକ ଚାପ ପଡ଼ୁଛି । ତେଣୁ ହୀରକୁଦରେ ରାଜ୍ୟ ସରକାର ଆଉ ଏକ ସ୍ପିଲୱେ ନିର୍ମାଣ କରୁଛନ୍ତି । ତାର ସ୍ଥିତି ଏବଂ କାର୍ଯ୍ୟଶୈଳିକୁ ଯାଂଚ କରୁଛନ୍ତି ଏହି ସ୍ୱତନ୍ତ୍ର ଟିମ । ଏହି ସ୍ପିଲୱେ ନିର୍ମାଣ ହେଲେ ବର୍ଷା ଦିନରେ ଜଳଭଣ୍ଡାରକୁ ଆସୁଥିବା ଅତିରିକ୍ତ ଜଳ ଏହି ବାଟ ଦେଇ ନିଷ୍କାସନର କରିବାର ଯୋଜନା ରହିଛି । ଫଳରେ ମାଟିବନ୍ଧରେ ବଢ଼ୁଥିବା ଚାପ ଅନେକାଂଶରେ କମିଯିବ । ହୀରାକୁଦ ନଦୀବନ୍ଧ ସ୍ଥିତି ଯାଂଚ କରିବା ପରେ ରାଜ୍ୟ ସର୍ାରଙ୍କୁ ସଂପୁର୍ଣ୍ଣ ରିପୋର୍ଟ ଦେବେ ସ୍ୱତନ୍ତ୍ର ଟିମ । ତେବେ ସମ୍ବଲପୁରରେ ଏହି ଟିମ୍ ତିନି ଦିନ ରହି ହୀରକୁଦ ବନ୍ଧର ବିଭିନ୍ନ କେନାଲ, ମୁଖ୍ୟବନ୍ଧର ସମସ୍ତ ଗେଟ୍ ଏବଂ ଅତିରିକ୍ତ ସ୍ପିଲୱେର କାମକୁ ନେଇ ସମୀକ୍ଷା କରିବେ । ହୀକରାୁଦ ବନ୍ଧ କେତେ ସୁରକ୍ଷିତ ଅଛି ସେନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ।