ହୀରାକୁଦରୁ ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ । ଦୁଇଟି ଗେଟ ଦେଇ ସେକେଣ୍ଡ ପିଛା ୧୫ହଜାର କ୍ୟୁସେକ ଜଳ ନିଷ୍କାସିତ

Advertisment
ହୀରାକୁଦରୁ ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ । ଦୁଇଟି ଗେଟ ଦେଇ ସେକେଣ୍ଡ ପିଛା ୧୫ହଜାର କ୍ୟୁସେକ ଜଳ ନିଷ୍କାସିତ

ହୀରାକୁଦରେ ୨ଟି ଗେଟ୍ ଖୋଲିଲା ଏବଂ  ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଗଲା। ଆଜି ସକାଳ ୧୦ଟା ୭ମିନିଟ୍ ସମୟରେ ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଖୋଲିଛି। ଏବେ ହୀରାକୁଦ ରେ ୬୦୯. ୩୯ଫୁଟ ଜଳ ଅଛି।

ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ହୀରାକୁଦ ହେଡ୍‌ ୱାର୍କସ ଓ ଅତିରିକ୍ତ ସ୍ପିଲ୍‌ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୬୯ ରହିଥିଲା। ଜଳଭଣ୍ଡାରକୁ ୭୪,୫୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୩,୪୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ପାୱାର ଚାନେଲ ଦେଇ ୧୯,୦୨୦ କ୍ୟୁସେକ ଓ କେନାଲଗୁଡ଼ିକରେ ୪,୧୯୧ କ୍ୟୁସେକ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୨ କ୍ୟୁସେକ ପାଣି ନେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଗତ ବର୍ଷ ଜୁନ୍ ୨୬ରେ ସେହି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଥିବା ସେତେବେଳେ ଜଳସ୍ତର ୬୧୮ ଫୁଟ୍ ରହିଥିଲା। ଆସନ୍ତାକାଲି ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୯.୫୦ ଫୁଟ୍‌ରେ ପହଂଚିବା ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe