ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ : ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ , ୬ଟି ଦ୍ୱାର ଦେଇ ଛଡାଯାଉଛି ବର୍ଷର ପ୍ରଥମ ବନ୍ୟାଜଳ

834

ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଜଳଭଣ୍ଡାର ଡ୍ୟାମ୍ ଗେଟ୍ । ସକାଳ ୧୦ଟାରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲିଲା । ଏହାପରେ ୬ଟି ଗେଟ ଖୋଲାଗଲା । ଆଜି ପର୍ଯ୍ୟାୟକ୍ରମେ ୧୦ଟି ଗେଟ ଖୋଲି ଜଳ ନିଷ୍କାସନ କରାଯିବ ବୋଲି ସୂଚନା ମିଳିଛି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଗେଟ ଖୋଲିବା ସମୟରେ ଡ୍ୟାମ ନିକଟକୁ କାହାରିକୁ ଛଡାଯାଇ ନାହିଁ । ସାଧାରଣତଃ ହୀରାକୁଦରୁ ଛଡା ଯାଉଥିବା ଜଳ ମୁଣ୍ଡଳୀରେ ପହଂଚିବାକୁ ୩୬ରୁ ୪୮ ଘଂଟା ଲାଗିଥାଏ । ତେବେ ହୀରାକୁଦ ଜଳ ଭଣ୍ଡାରର ଗେଟ ଖୋଲିବାର ଦିନକ ଆଗରୁ ଡ୍ୟାମ କର୍ତୃପକ୍ଷ ମାଇକ ଯୋଗେ ତଳିଆ ଅଂଚଳର ଲୋକଙ୍କୁ ସତର୍କ କରାଇଦେଇଥିଲେ । ତଳମୁଣ୍ଡରେ ଥିବା ଗୃହପାଳିତ ପଶୁଙ୍କୁ ମହାନଦୀ କୁଳକୁ ନଛାଡିବା ଓ ମତ୍ସ୍ୟଜୀବୀଙ୍କୁ ମହାନଦୀ ଭିତରକୁ  ଯିବା ପାଇଁ ବାରଣ କରାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଚଳିତ ଥର ଗତବର୍ଷ ଅପେକ୍ଷା ଶୀଘ୍ର ଗେଟ୍ ଖୋଲାଯାଉଛି ।