ହୀରାକୁଦ ଛାଡିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଦିନ ୧୧ଟାରେ ୭ ନମ୍ବର ଗେଟରେ ପ୍ରଥମେ ଛଡାଯିବ ପାଣି

170

କନକ ବ୍ୟୁରୋ : ହୀରାକୁଦ ନଦୀ ବନ୍ଧରୁ ଆଜି ଛଡା ଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଦିନ ୧୧ଟାରେ ବନ୍ୟା ଜଳ ଛଡାଯିବା ନେଇ ହୀରାକୁଦ ନଦୀବନ୍ଧ କର୍ତୃପକ୍ଷ ସୂଚନା ଦେଇଛନ୍ତି । ୭ ନଂବର ଗେଟ ଦେଇ ପ୍ରଥମ ବନ୍ୟା ଜଳ ଛଡାଯିବ ବୋଲି ସୂଚନା ମିଳିଛି । ଏହାପରେ କେତୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯିବ ସେନେଇ ନିଆଯିବ ନିଷ୍ପତି ।
ହୀରାକୁଦରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡଳିରେ ପହଂଚିବାକୁ ପ୍ରାୟ ୪୮ ଘଂଟା ସମୟ ଲାଗିବ । ଏନେଇ ୧୨ଟି ଜିଲ୍ଲାପାଳ ଓ ଏସପିଙ୍କୁ ପୂର୍ବରୁ ସୂଚନା ଦିଆଯାଇଛି । ତେବେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ହୀରାକୁଦ ନଦୀବନ୍ଧ କର୍ତୃପକ୍ଷ ସୂଚନା ଦେଇଛନ୍ତି ।