କନକ ବ୍ୟୁରୋ : ଆଜି ଖୋଲିଲା ହୀରାକୁଦ ଡ୍ୟାମର କଂଟ୍ରୋଲ ରୁମ । କଂଟ୍ରୋଲ ରୁମରେ ୨୪ ଘଂଟିଆ ତଦାରଖ ବ୍ୟବସ୍ଥା ଆରମ୍ଭ ହୋଇଛି । ମହାନଦୀକୂଳରେ ଥିବା ସମସ୍ତ ଜିଲ୍ଲା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି । ଖୁବ ଶୀଘ୍ର ପାଣି ଛାଡିବା ତାରିଖ ଧାର୍ଯ୍ୟ କରାଯିବ । ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି, ହୀରାକୁଦ ବନ୍ଧରୁ ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷା ରୁତୁରେ ଯେକୌଣସି ସମୟରେ ବନ୍ୟା ଜଳ ନିଷ୍କାସନ ହୋଇପାରେ । ତେଣୁ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ସତର୍କତା ଅବଲମ୍ବନ କରିବାକୁ ସତର୍କ କରାଇ ଦିଆଯାଇଛି । ଜଳ ନିଷ୍କାସନ ସମୟରେ ହୀରାକୁଦ ସ୍ପିଲୱେରେ ସାଇରନ୍ ବାଜିବ ।