ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ : ମୋଟ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ

96

କନକ ବ୍ୟୁରୋ : ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ବନ୍ୟାଜଳ ଅଧିକ ପ୍ରବେଶ କରୁଥିବାରୁ ଗେଟ୍ ଖୋଲାଯାଇଛି । ମୋଟ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୬୦ ଫୁଟ ରହିଛି । ୪ଲକ୍ଷ ୨୧ହଜାର ୫୮୯ କ୍ୟୁସେକ ଦଳ ପ୍ରବେଶ କରୁଛି । ୨ଲକ୍ଷ ୫୪ ହଜାର ୧୪୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା ସହ ବର୍ଷା ଜନିତ ଅନ୍ୟାନ୍ୟ ସମସ୍ୟା ଉପୁଜିପାରେ । ତେବେ ବର୍ଷା ଯୋଗୁଁ ମହାନଦୀ ସହ ଏହାର ଉପନଦୀ ଓ ଶାଖା ନଦୀ ଫୁଲିବ । ଦକ୍ଷିଣ ଓଡିଶାର ସମସ୍ତ ନଦୀ ଏବଂ ବୈତରଣୀରେ ପାଣି ଫୁଲିବାର ମଧ୍ୟ ସମ୍ଭାବନା ରହିଛି ।

ଗତ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଆଗକୁ ଦୁଇଟି ଲଘୁଚାପ ଥିବା ଯୋଗୁଁ ଉଭୟ ଉପର ଓ ତଳମୁଣ୍ଡରେ ବର୍ଷାର ପ୍ରକୋପ ରହିଥିବାରୁ ରାଜ୍ୟର ପ୍ରମୁଖ ନଦୀଗୁଡିକ ବନ୍ୟା ଆଣିବା ନେଇ ଆଶଙ୍କା ଦୃଢ ହୋଇଛି । ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।