କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରରେ କମୁଛି ଜଳସ୍ତର । ବନ୍ଦ ହେଲା ଆଉ ୬ଟି ଗେଟ୍ । ସକାଳେ ୪ଟି ଗେଟ୍ ବନ୍ଦ ହୋଇଥିଲା । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୧୭ ଫୁଟ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ ।
ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳିରେ ହୀରାକୁଦଦ ବନ୍ୟା ଜଳ ପହଁଚି ଥିଲେ, ବି ଜଳସ୍ତର ବିପଦ ସଂକେତ ତଳେ ରହିଛି । ସକାଳ ୯ଟା ବେଳକୁ ମୁଣ୍ଡୁଳିରେ ୬ଲକ୍ଷ ୭୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ସେହିପରି ଅନ୍ୟ ନଦୀର ବି ଜଳସ୍ତର ବିପଦ ସଂକେତ ତଳେ ରହିଛି ।
ନଦୀ ସ୍ଥାନ ବିପଦ ସଙ୍କେତ ଦିନ ୯ଟା
ମହାନଦୀ ନରାଜ ୨୬.୪୧ ୨୫.୯୭
କୁଶଭଦ୍ରା ନିମାପଡ଼ା ୧୦.୭୬ ୦୭.୪୬
ଇବ୍ ସୁନ୍ଦରଗଡ଼ ୨୨୨.୦୦ ୨୧୮.୨୪
ବ୍ରାହ୍ମଣୀ ଜେନାପୁର ୨୩.୦୦ ୨୧.୪୩
ବ୍ରାହ୍ମଣୀ ପାନପୋଷ ୧୭୮.୪୨ ୧୭୪.୪୦
ବୈତରଣୀ ଆଖୁଆପଦା ୧୭.୮୩ ୧୭.୭୦
ସୁବର୍ଣ୍ଣରେଖା ରାଜଘାଟ ୧୦.୩୬ ୦୯.୫୫
ବଂଶଧାରା ଗୁଣୁପୁର ୮୪.୦୦ ୮୧.୨୩
ବଂଶଧାରା କାଶୀନଗର ୫୪.୬୦ ୫୩.୩୩
ଜଳକା ମଥାନୀ ୦୫.୫୦ ୦୬.୩୫