କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ପ୍ରକ୍ରିୟା ଆରମ୍ଭ ହୋଇଛି । ହୀରାକୁଦରେ ପଟୁ ମାଟି ପୋତି ହେବାନେଇ ବିଭିନ୍ନ ସମୟରେ କରାଯାଇଥିବା ସର୍ଭେରୁ ଜଣାପଡିଛି । ତେଣୁ ବର୍ତମାନ ସୁଦ୍ଧା କେତେ ପଟୁ ମାଟି ପୋତି ହୋଇଛି, ତାହା ଜଳଭଣ୍ଡାରର ଗଭୀରତା ମାପ ଦ୍ୱାରା ସ୍ପଷ୍ଟ ହୋଇପାରିବ । ତେଣୁ ପଟୁ ମାଟି ସର୍ଭେ ସାଙ୍ଗକୁ ବ୍ୟାକ ୱାଟର ସର୍ଭେ ମଧ୍ୟ କରାଯାଉଛି । ଏଥିପାଇଁ କିଛି ମାସ ତଲେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ମୁମ୍ବାଇର ଏକ ଘରୋଇ ସଂସ୍ଥା ଏସଆଇଇଏଟି ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ୍ ଏହି ଟେଣ୍ଡର ପାଇଛି ।

Advertisment

ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡକୁ ୧୫୦ କିଲୋମିଟର ଏବଂ ତଳମୁଣ୍ଡରେ ୫୦ କିଲୋମିଟର ଯାଏଁ ଏହି ସର୍ଭେ କରାଯିବ । ଦୁଇଟି ପଦ୍ଧତିରେ ଏହି ସର୍ଭେ କାମ କରାଯାଉଛି । ପ୍ରଥମତଃ ଶୁଖିଲା ସ୍ଥାନରେ ଡି-ଫରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ସର୍ଭେ କରାଯାଉଥବାବେଳେ ଦ୍ୱିତୀୟରେ ଇକୋ ସାଉଣ୍ଡର । ଯାହାକୁ ପାଣି ଭିତରେ ସର୍ଭେ ପାଇଁ ଉଦ୍ଦିଷ୍ଟ । ବରଗଡ ଓ ଝାରସୁଗୁଡା ଜିଲ୍ଲାରେ ଥିବା ଜଳଭଣ୍ଡାର ଅଂଚଳରେ ଏହି ବୈଜ୍ଞାନିକ ପଦ୍ଧତିରେ ସର୍ଭେ କରାଯାଉଛି । ପୁରା ପ୍ରକ୍ରିୟାରେ ୧୦ରୁ ୧୨ ଜଣ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ସର୍ଭେ ଶେଷ କରିବାକୁ ଦୁଇରୁ ଅଢେଇ ମାସ ସମୟ ଲାଗିବ ବୋଲି ଜଣାପଡିଛି ।