ହିଂଜିଳିରେ ଥାନା ଆଗରେ ବିରୋଧ ବେଳେ ପୋଲିସର ଲାଠିଚାର୍ଜ । ଗ୍ରାମବାସୀଙ୍କୁ ହଟେଇବାକୁ ଗୋଡେଇ ଗୋଡେଇ ପିଟିଲା : ବାଲି ଗାଡି ପୋଡି ଘଟଣାରେ ଅଟକ ୬ ଗ୍ରାମବାସୀଙ୍କୁ ମୁକ୍ତ କରିବା ଦାବିରେ ତେଜିଛି ଆନ୍ଦୋଳନ

126

କନକ ବ୍ୟୁରୋ :ଗଂଜାମ ଜିଲ୍ଲା ହିଂଜିଳି ଥାନା ଘେରାଉ କରିଥିବା ଲୋକଙ୍କ ଉପରେ ପୋଲିସର ଲାଠ ଚାର୍ଜ । ଥାନାରେ ଅଟକ ଥିବା ୬ ଜଣ ଗ୍ରାମବାସୀଙ୍କୁ ମୁକ୍ତ କରିବା ଦାବିରେ ଶତାଧିକ ଲୋକ ଥାନା ଆଗରେ ଆଜି ସକାଳୁ ପ୍ରତିବାଦ କରୁଛନ୍ତି । ତେବେ ଲୋକଙ୍କୁ ଥାନା ଆଗରୁ ହଟାଇବାକୁ ଯାଇ ପୋଲିସ ଚଳାଇଛି ଲାଠି । ଗୋଡେଇ ଗୋଡେଇ ବିକ୍ଷୋଭକାରୀଙ୍କୁ ପିଟିଛି ପୋଲିସ ।

ହିଂଜିଳି ଥାନା ଅନ୍ତର୍ଗତ କୋଳିଦାଶପୁର ଦେଇ ପ୍ରତ୍ୟେକ ଦିନ ଚାଲୁଛି ବାଲିଚାଲଣ । ଗତକାଲି କିଛି ଦୁବୃର୍ତ ବାଲି ଗାଡି ଗୁଡିକରେ ନିଆଁ ଲଗାଇ ପୋଡି ଦେଇଥିଲେ । ଏନେଇ ପୋଲିସ ଗତକାଲି ରାତିରେ କୋଳିଦାଶପୁର ଗାଁରେ ଚଢାଉ କରି ୬ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି । ଏହାର ପ୍ରତିବାଦରେ ଆଜି ଶତାଧିକ ଲୋକ ଥାନା ଘେରାଉ କରିଥିବା ବେଳେ ପୋଲିସ ଲାଠି ଚାର୍ଜ କରିଛି । ଅଟକ ଥିବା ଲୋକଙ୍କୁ ମୁକ୍ତ କରି ବାଲି ମାଫିଆଙ୍କୁ ଗିରଫ କରିବାକୁ ଲୋକେ ଦାବି କରିଛନ୍ତି ।