କନକ ବ୍ୟୁରୋ :ଗଂଜାମ ଜିଲ୍ଲା ହିଂଜିଳି ଥାନା ଘେରାଉ କରିଥିବା ଲୋକଙ୍କ ଉପରେ ପୋଲିସର ଲାଠ ଚାର୍ଜ । ଥାନାରେ ଅଟକ ଥିବା ୬ ଜଣ ଗ୍ରାମବାସୀଙ୍କୁ ମୁକ୍ତ କରିବା ଦାବିରେ ଶତାଧିକ ଲୋକ ଥାନା ଆଗରେ ଆଜି ସକାଳୁ ପ୍ରତିବାଦ କରୁଛନ୍ତି । ତେବେ ଲୋକଙ୍କୁ ଥାନା ଆଗରୁ ହଟାଇବାକୁ ଯାଇ ପୋଲିସ ଚଳାଇଛି ଲାଠି । ଗୋଡେଇ ଗୋଡେଇ ବିକ୍ଷୋଭକାରୀଙ୍କୁ ପିଟିଛି ପୋଲିସ ।
ହିଂଜିଳି ଥାନା ଅନ୍ତର୍ଗତ କୋଳିଦାଶପୁର ଦେଇ ପ୍ରତ୍ୟେକ ଦିନ ଚାଲୁଛି ବାଲିଚାଲଣ । ଗତକାଲି କିଛି ଦୁବୃର୍ତ ବାଲି ଗାଡି ଗୁଡିକରେ ନିଆଁ ଲଗାଇ ପୋଡି ଦେଇଥିଲେ । ଏନେଇ ପୋଲିସ ଗତକାଲି ରାତିରେ କୋଳିଦାଶପୁର ଗାଁରେ ଚଢାଉ କରି ୬ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି । ଏହାର ପ୍ରତିବାଦରେ ଆଜି ଶତାଧିକ ଲୋକ ଥାନା ଘେରାଉ କରିଥିବା ବେଳେ ପୋଲିସ ଲାଠି ଚାର୍ଜ କରିଛି । ଅଟକ ଥିବା ଲୋକଙ୍କୁ ମୁକ୍ତ କରି ବାଲି ମାଫିଆଙ୍କୁ ଗିରଫ କରିବାକୁ ଲୋକେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/19-19.jpg)