କନକ ବ୍ୟୁରୋ : ବିହାରରେ ନୀତିଶ କୁମାରଙ୍କୁ ବଡ ଝଟକା ଲାଗିଛି । ବିହାର ସରକାରରେ ସାମିଲ ଥିବା ଜିିତନରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା (ହାମ୍) ଏବେ ଏନଡିଏରେ ସାମିଲ ହୋଇଛି । ବୁଧବାର ଦିନ ଦିଲ୍ଲୀରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ ଓ ତାଙ୍କ ପୁଅ ସନ୍ତୋଷ ସୁମନ ମାଞ୍ଝୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଭେଟ ପରେ ବିହାରର ପୂର୍ବତନ ମନ୍ତ୍ରୀ ତଥା ଜିତନରାମ ମାଞ୍ଝୀଙ୍କ ପୁଅ କହିଛନ୍ତି କି ଏବେ ତାଙ୍କ ପାର୍ଟି ଏନଡିଏରେ ସାମିଲ ହେବାକୁ ଯାଉଛି ।

Advertisment

ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନ ମାଞ୍ଝୀ ଏହି ଘୋଷଣା କରିବା ପରେ କହିଛନ୍ତି କି, ଆଗାମୀ ଦିନରେ ଆସନ ବୁଝାମଣା ନେଇ ଏକ ଖସଡା ପ୍ରସ୍ତୁତ କରାଯିବ । ସେପଟେ ଜିତନରାମ ମାଞ୍ଝୀ କହିଛନ୍ତି କି ଔପଚାରିକ ଭାବେ ଆଜିଠାରୁ ତାଙ୍କ ପାର୍ଟି ଏନଡିଏରେ ସାମିଲ ହେଲା ।

ସୂଚନା ଥାଉକି ମହାମେଣ୍ଟରୁ ଅଲଗା ହେବା ପରେ ଅନୁମାନ କରାଯାଉଥିଲା କି ମାଞ୍ଝୀ ପୁଣିଥରେ ଏନଡିଏରେ ସାମିଲ ହୋଇପାରନ୍ତି । ଏହା ପୂର୍ବରୁ ଜିତନରାମଙ୍କ ପ୍ରୁଅ ସନ୍ତୋଷ ସୁମନ ନୀତିଶ ସରକାରଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ଜିତନରାମଙ୍କ ପାର୍ଟି ଏହା ପୂର୍ବରୁ ମଧ୍ୟ ଏନଡିଏରେ ସାମିଲ ଥିଲେ ।