ପ୍ରେମ ଦିଏ ପ୍ରତିଶ୍ରୁତି । ଜିତିବା ଶିଖାଏ, ହାରିବା ନୁହେଁ । ପାହଡ ବି ତା ଆଗରେ ପାଚେରୀ ହୋଇ ଠିଆହେବାକୁ ସାହସ କରିପାରେନି । ପ୍ରେମ ଆଗରେ ହାର ମାନେ ସବୁ ପ୍ରତିବନ୍ଧକ । କିନ୍ତୁ ଏଠି ପ୍ରେମ ସାମ୍ନାରେ ପାଚେରୀ ହୋଇ ରହିଛି ଦୁଇ ଦେଶ । ହଁ, ଏହି ପ୍ରେମ କାହାଣୀ ସହ ଭାରତ -ପାକିସ୍ତାନର ରହିଛି ସମ୍ପର୍କ । ଦୁଇଟି ହୃଦୟର ମିଳନ ବା ସଚ୍ଚାପ୍ରେମ ସମାପ୍ତ ହେବାକୁ ଯାଉଛି ।

Advertisment

publive-imageୟୁପି ବରେଲିର ଇଟା ବ୍ୟବସାୟୀ ୱାସିମ ଇମତିଆଜଙ୍କ ପୁଅ ଆଲିଶାନ ପାକିସ୍ତାନର ଜଣେ ଯୁବତୀଙ୍କୁ ନିଜର ପତ୍ନୀ ଭାବେ ଗ୍ରହଣ କରି ନୂଆ ଇତିହାସ ଲେଖିଛନ୍ତି । ଆଲିଶାନ ପାକିସ୍ତାନର ଇଲେକଟ୍ରୋନିକ ବ୍ୟବସାୟୀ ସୁହେଲ ଅଖତାରଙ୍କ ୧୮ ବର୍ଷର ଝିଅ ହଫଜାକୁ ବିବାହ କରିଛନ୍ତି । ଉଭୟ ପରିବାର ପରସ୍ପରକୁ ଜାଣିଥିଲେ କିନ୍ତୁ ସ୍ୱାଧୀନତା ପରେ ଦୁଇ ଦେଶ ଅଲଗା ହୋଇଯାଇଥିଲେ ।

ହଫଜା ଲାହୋରରେ ଗ୍ରାଜୁଏସନ ସାରିଥିବା ବେଳେ, ଆଲିଶାନ ବରେଲିର ଗୋଟିଏ କଲେଜରୁ ବି.କମ କରିଛନ୍ତି । ତା ସହ ବରେଲିରେ ଗୋଟିଏ ଜିମ କରି ବ୍ୟବସାୟ ଚଳାଇଛନ୍ତି । ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ, ମୁସଲିମ ପ୍ରଥା ଅନୁସାରେ ଡିସେମ୍ବର ୬ରେ ଲାହୋରରେ ସେମାନଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ଆଗରୁ ଆଲିଶାନଙ୍କ ପରିବାର ପାକିସ୍ତାନ ଯାଇଥିଲେ ଏବଂ ଭାବୀ ବୋହୂକୁ ଦେଖି ବହୁତ ଖୁସିହୋଇଯାଇଥିଲେ ।

publive-imageହଫଜାଙ୍କ ସୌନ୍ଦର୍ଯ୍ୟର ବି କୌଣସି ତୁଳନା ନଥିଲା । ବିବାହ ପାଇଁ ବାରାତ ପାର୍ଟି ୱାଘା ସୀମା ସ୍ଥିତ ରେଲମାର୍ଗରେ ପହଂଚିଥିଲେ । ୩୨ଜଣ ଲୋକଙ୍କ ସହ ଯାଇଥିଲା ପ୍ରସେସନ । ଏଥିରେ ସାମିଲ ହୋଇଥିବା ଦୁଇ ଦେଶର ସୈନିକଙ୍କୁ ସ୍ୱାଗତ କରିଥିଲେ ଦୁଇ ପରିବାର । ଫୁଲର ବର୍ଷା ଭିତରେ ସେନାର ବରିଷ୍ଠ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ ନବ ଦମ୍ପତି । ପ୍ରାୟ ସବୁବେଳେ ଭାରତ -ପାକିସ୍ତାନ ସମ୍ପର୍କରେ ଉତେଜନା ଦେଖିବାକୁ ମିଳିଥାଏ । କିନ୍ତୁ ବରେଲିର ଏହି ଯୁବକ ପାକିସ୍ତାନୀ ଯୁବତୀକୁ ବିବାହ କରି ଦୁଇ ଦେଶ ମଧ୍ୟରେ ଥିବା ଫାଟକୁ ଯୋଡିଥିଲା ।

publive-imageଏହି ଦମ୍ପତିଙ୍କ ଭିସାର ଅବଧି ମାତ୍ର ୩୦ଦିନ ପାଇଁ ଥିଲା । ବାହାଘର ପରେ ପ୍ରତିବନ୍ଧକ ସାଜିଥିଲା ଦାୱତ-ଏ-ୱାଲିମା । ଏଥିପାଇଁ ପାକିସ୍ତାନରୁ ଅତିଥିମାନେ ଭାରତ ଆସିବା ପାଇଁ ଚାହିଁଥିଲେ କିନ୍ତୁ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା ଭିସା ।

ବର୍ତମାନ ସେମାନଙ୍କୁ ଭିସା ମିଳିନାହିଁ । ସେଥିପାଇଁ ଅୟୋଜନକୁ ଘୁଂଚାଇ ଦିଆଯାଇଛି । ଡିସେମ୍ବର ୧୫ରେ ଭୋଜି ହେବା ଥିଲା କିନ୍ତୁ ନବ ଦମ୍ପତ୍ତି ଲାହୋର ଫେରିଯାଇଥିଲେ । ତେଣୁ ତାଙ୍କର ସମସ୍ତ କାଗଜପତ୍ର ଓ ଭିସା ଏବେ ଝୁଲା ଅବସ୍ଥାରେ ରହିଛି ।
ସୌଜନ୍ୟ- ଅମରଉଜାଲା