ଭାଇଚାରାର ଅନନ୍ୟ ଉଦାହରଣ ! କବରସ୍ଥାନ ତିଆରି ପାଇଁ ମୁସଲିମ୍ ଭାଇମାନଙ୍କୁ ଭୂମିଦାନ କଲେ ହିନ୍ଦୁ ଭାଇ, କହିଲେ – ଏହା ପ୍ରେମର ଏକ ଛୋଟ ପ୍ରୟାସ

ଭାଇଚାରାର ଅନନ୍ୟ ଉଦାହରଣ ! କବରସ୍ଥାନ ତିଆରି ପାଇଁ ମୁସଲିମ୍ ଭାଇମାନଙ୍କୁ ଭୂମିଦାନ କଲେ ହିନ୍ଦୁ ଭାଇ, କହିଲେ – ଏହା ପ୍ରେମର ଏକ ଛୋଟ ପ୍ରୟାସ

ଏବେ ପର୍ଯ୍ୟନ୍ତ ମନ୍ଦିର-ମସଜିତ୍ ଝଗଡା ପାଇଁ ଜଣାଯାଉଥିବା ଅଯୋଧ୍ୟା ଏବେ ଭାଇଚାରାର ଅନନ୍ୟ ଉଦାହରଣ ପାଇଁ ଚର୍ଚ୍ଚାରେ ରହିଛି । ଚାରିଆଡୁ ଏବେ ଏହାର ଭୁରି ଭୁରି ପ୍ରଶଂସା ମଧ୍ୟ କରାଯାଉଛି । ଗୋସାଇଁଗଞ୍ଜର ବେଲବାରି ଖାନର ହିନ୍ଦୁ ସଂପ୍ର୍ରଦାୟର ଲୋକମାନେ ମୁସଲିମ୍ ସଂପ୍ରଦାୟର ଲୋକଙ୍କୁ କବରସ୍ଥାନ ତିଆରି କରିବା ପାଇଁ ଜମି ଦେଇଛନ୍ତି ।

publive-image

ଭୂମିଦାନ କରିଥିବା କର୍ତ୍ତା ରିପଦାଦ୍ ମହାରାଜ କହିଛନ୍ତି ଶହ ଶହ ବର୍ଷ ହେଲାଣି ଗୋସାଇଁଗଞ୍ଜ ନଗର ଏବଂ ଏହାର ପାଖଆଖର ମୁସଲିମ୍ ଲୋକମାନେ ଉକ୍ତ ଜମିକୁ ଶ୍ମଶାନ ରୁପେ ବ୍ୟବହାର କରୁଛନ୍ତି କିନ୍ତୁ ମାଲିକାନା କାରଣରୁ ଏହି ଜମି ଉଭୟ ସଂପ୍ରଦାୟ ମଧ୍ୟରେ ବିବାଦର କାରଣ ହୋଇ ଠିଆ ହୋଇଥିଲା । ସ୍ଥାନୀୟ ସନ୍ଥ ସୂର୍ଯ୍ୟ କୁମାର ଝିନକନ୍ ମହାରାଜ୍ ଏବଂ ୮ ଜଣ ଅନ୍ୟ ଶେୟାରଧାରକ ଏହି ବିବାଦକୁ ସବୁଦିନ ପାଇଁ ଶେଷ କରିବା ପାଇଁ ଜୁନ୍ ୨୦ ତାରିଖରେ ଏହି ଜମିକୁ ମୁସଲିମ୍ ସଂପ୍ରଦାୟଙ୍କୁ ଦାନ କରିଥିଲେ ।

publive-image

ସ୍ଥାନୀୟ ବିଜେପି ବିଧାୟକ ଖବ୍ୱୁ ତିୱାରୀଙ୍କ କହିବାନୁସାରେ , “ ହିନ୍ଦୁ-ମୁସଲିମ୍ ଭାଇଚାରା ପରମ୍ପରା କୌଣସି ନୂଆ କଥା ନୁହଁ ଏହା ହିନ୍ଦୁଭାଇଙ୍କ ମୁସଲିମ୍ ଭାଇମାନଙ୍କ ପାଇଁ ଭଲପାଇବାର ଏକ ଛୋଟ ନମୂନା । ଆଗକୁ ଏହି ଭାଇଚାରା ବଜାୟ ରହିବ ବୋଲି ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe