ମହିଳାଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା ! ପୂଜାରୀଙ୍କୁ ଗୋଡାଇ ଗୋଡାଇ ପିଟିଲେ କିନ୍ନର ।

22

ଗ୍ରେଟର ନୋଏଡା ଠାରେ ମନ୍ଦିରଙ୍କୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ଉକ୍ତ ମନ୍ଦିରର ପୂଜାରୀ ଅସଦାଚରଣ କରିବା ମାମଲା ସାମ୍ନାକୁ ଆସିଛି । ଯେତେବେଳେ ପୂଜାରୀଙ୍କ ଏପରି ବ୍ୟବହାର ସୀମା ପାର ହୋଇଯାଇଥିଲା ସେତେବେଳେ ଗାଁର ମହିଳା ଏବଂ ପୁରୁଷମାନେ ମିଶି ସମ୍ପୃକ୍ତ ପୂଜାରୀଙ୍କୁ ଖୁବ ପିଟିଥିଲେ । ଏହି ଘଟଣା ବିଷୟରେ ସମ୍ପୃକ୍ତ ଅଞ୍ଚଳର କିନ୍ନରମାନେ ଜାଣିବା ପରେ ପୂଜାରୀଙ୍କୁ ଜମେଇକି ବାଡେଇଥିଲେ । ପୂଜାରୀଙ୍କୁ ମାଡ ହେଉଥିବାର ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆଗରେ ପୋଲିସ ମଧ୍ୟ ହାର ମାନିଥିଲା । ପୋଲିସ ଆଗରେ ଗ୍ରାମବାସୀମାନେ ସମ୍ପୃକ୍ତ ପୂଜାରୀଙ୍କୁ ବାଡେଇଥିଲେ ।

ଘଟଣାଟି ଗ୍ରେଟର ନୋଏଡାର ବାଦଲପୁର ଥାନା ଅନ୍ତର୍ଗତ ଧୁମମାନିକପୁର ଗାଁର ଅଟେ । ବାବା କହ୍ନେୟା ଗିରି ନାମକ ଏହି ପୂଜାରୀଙ୍କ ନାମରେ ମହିଳାଙ୍କୁ ଅସଦାଚରଣ, କେତେକ ହତ୍ୟା କରିବା ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଭଳି ବିଭିନ୍ନ ଅପରାଧର ଆରୋପ ଲଗାଇଛନ୍ତି ଗ୍ରାମବାସୀ ।

ଅନେକ ଦିନରୁ ସମ୍ପୃକ୍ତ ପୂଜାରୀଙ୍କ ବିରୋଧରେ ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ । କିନ୍ତୁ ଅଭିଯୋଗର ପ୍ରଭାବ ପୋଲିସ ଉପରେ ପଡୁନଥିଲା । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା । ଗ୍ରାମବାସୀଙ୍କ କହିବା କଥା ପୋଲିସ ମଧ୍ୟ ସମ୍ପୃକ୍ତ ପୂଜାରୀଙ୍କ ସହ ହାତ ମିଶାଇଛି । କାରଣ ପୂର୍ବରୁ ଯେବେବି ମଧ୍ୟ ପୋଲିସ ନିକଟରେ ଗ୍ରାମବାସୀମାନେ ପୂଜାରୀ ବିରୋଧରେ ଅଭିଯୋଗ କରିଛନ୍ତି, ଘଟଣାସ୍ଥଳରୁ ଫେରାର ହୋଇଯିବାରେ ପୋଲିସ ପୂଜାରୀର ସାହାଯ୍ୟ କରିଛି ।

ସୂଚନା ଅନୁଯାୟୀ, ଗ୍ରାମରେ ବହୁ ବର୍ଷ ପୁରୁଣା ଏକ ଶିବ ମନ୍ଦିର ଅଛି । ଗତ ୧୫ ବର୍ଷ ଧରି ସମ୍ପୃକ୍ତ ପୂଜାରୀ କହ୍ନେୟା ଗିରି ମନ୍ଦିରର ଦେଖାରେଖା ଏବଂ ପୂଜାର୍ଚ୍ଚନା କରିଆସୁଥିଲା । ପ୍ରଥମରୁ କିଛି ବର୍ଷ ଠିକ ଠାକ ଚାଲିଆସୁଥିଲା । କିନ୍ତୁ ଧିରେ ଧିରେ ପୂଜାରୀର ଅସଲରୂପ ସାମ୍ନାକୁ ଆସିଲା ।

ଗତ କିଛି ବର୍ଷ ପୂର୍ବେ ପୂଜାରୀ ଗାଁର ଜଣେ ବିଧବା ମହିଳାଙ୍କ ଘରକୁ ବାରମ୍ବାର ଯିବାଆସିବା କରୁଥିଲା । ଯେତେବେଳେ ବିଧବା ମହିଳାଙ୍କ ଭାଉଜ ପୂଜାରୀର ଘରକୁ ଆସିବା ଘଟଣାକୁ ବିରୋଧ କରିଥିଲେ, ସେତେବେଳେ କହ୍ନେୟା ଗିରି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଦ୍ୟ ଦେଇଥିଲା । ସମ୍ୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ପାଖାପାଖି ୪ବର୍ଷ ପୂର୍ବେ କେହି ଜଣେ ଦୂର୍ବୁତ୍ତ ହତ୍ୟା କରିଥିଲା । ଗ୍ରାମବାସୀମାନେ ଏହି ହତ୍ୟା ପଛରେ କହ୍ନେୟା ଗିରିର ହାତ ଥିବା ସନ୍ଦେହ କରୁଛନ୍ତି । ଶେଷରେ କହ୍ନେୟାଗିରି ଉପରେ ବିରକ୍ତ ହୋଇ ମହିଳାଜଣଙ୍କ ତା ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଏପରିକି ଅସଦାଚରଣକୁ ବିରୋଧ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସମ୍ପୃକ୍ତ ପୂଜାରୀ ବିରୋଧରେ ଅଭିଯୋଗ କରିଥିଲେ ମହିଳା । କିନ୍ତୁ ମହିଳାଙ୍କ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଶେଷରେ ଯେତେବେଳେ କହ୍ନେୟା ଗିରିର ଅଭଳି ହରକତ ସୀମା ପାରେଇ ଯାଇଥିଲା ସେତେବେଳେ ଗ୍ରାମର ମହିଳାମାନେ ଏକାଠି ହୋଇ ମନ୍ଦିର ପହଞ୍ଚିଥିଲେ । ଏବଂ କହ୍ନେୟା ଗିରି ସହ ମନ୍ଦିରରେ ଥିବା ସବୁ ବାବ ମାନଙ୍କୁ ଗୋଡେଇ ବାଡେଇଥିଲେ । ଏପରିକି ମନ୍ଦିରରେ ଥିବା ବାବାଙ୍କ କାରକୁ ମଧ୍ୟ ଭାଙ୍ଗି ଦେଇଥିଲେ ।

ଗାଁ ର ମହିଳାମାନେ କହିଛନ୍ତି ଯେ, ପୋଲିସ କେବେ ବି ତାଙ୍କ ଅଭିଯୋଗ ଶୁଣୁନଥିଲା । ତା ପରେ ଯାଇ ସେମାନେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।