କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ବୀର ସାବରକରଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିବ ହିନ୍ଦୁମହାସଭା, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି
କନକ ବ୍ୟୁରୋ : ବୀର ସାବରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଏବେ ଆକ୍ସନ ମୋଡକୁ ଆସିଛି ହିନ୍ଦୁ ମହାସଭା । ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ରାହୁଲ ଗାନ୍ଧୀ ଯେଭଳି ଭାବେ ଅପମାନିତ କଲେ ଏହି କାରଣରୁ ତାଙ୍କର ସାମାଜିକ ଓ ରାଜନୈତିକ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ ।

Kanak News is now on WhatsApp
Join and get latest news updates delivered to you via WhatsApp
ନଭେମ୍ବର ୧୯ ତାରିଖରେ ଚକ୍ରପାଣି ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ କହିଛନ୍ତି କି ହିନ୍ଦୁ ମହାସଭା ନିଷ୍ପତ୍ତି କରିଛି କି ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ବୀର ସାବରକରଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରାଯିବ । ଏହାସହ ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ପାର୍ଟିର ସ୍ଥାପନା କରିଥିବା ଇଂରେଜ ଏଲନ ଅକ୍ଟିବିୟନ ହ୍ୟୁମ ଓ ତାଙ୍କର ନେତା ରାହୁଲ ଗାନ୍ଧୀ ବାରମ୍ବାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅପମାନିତ କରୁଛନ୍ତି ।
ଏହାସହ ସ୍ୱାମୀ ଚକ୍ରପାଣି ଲେଖିଛନ୍ତି କି, ରାହୁଲ ଗାନ୍ଧୀ ଜଣେ ମାନସିକ ରୋଗୀ ତେଣୁ ତାଙ୍କୁ ଆଗ୍ରାସ୍ଥିତ ହସ୍ପିଟାଲରେ ଚିକିତ୍ସିତ କରାଯାଉ । ରାହୁଲ ଗାନ୍ଧୀ ଇଂରେଜଙ୍କ ଇଶାରାରେ ସାବରକରଙ୍କୁ ଅପମାନିତ କରୁଥିବାରୁ ତାଙ୍କୁ ଦଣ୍ଡ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।
ଚିଠିରେ ଉଲ୍ଲେଖ ରହିଛି କି ଆସନ୍ତା ଫେବୃଆରୀ ୨୬ ତାରିଖରେ ବୀର ସାବରକରଙ୍କ ପୂର୍ଣ୍ଣ୍ୟତିଥି ଅବସରରେ ହିନ୍ଦୁ ମହାସଭା ତରଫରୁ ୨୪ ଆକବର ରୋଡ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ବୀର ସାବରକରଙ୍କର ଏକ ପ୍ରତିମା ସ୍ଥାପନ କରାଯିବ ।