ସର୍ମ୍ପକ ବଡ ଧର୍ମ ନୁହେଁ! ସ୍ୱାମୀ ହିନ୍ଦୁ, ସ୍ତ୍ରୀ ଖ୍ରୀଷ୍ଟୀୟାନ, ଗୋଟିଏ ଘରେ ପୂଜା ପାଉଛନ୍ତି ଜଗନ୍ନାଥ ଓ ଯୀଶୁ

ସର୍ମ୍ପକ ବଡ ଧର୍ମ ନୁହେଁ! ସ୍ୱାମୀ ହିନ୍ଦୁ, ସ୍ତ୍ରୀ ଖ୍ରୀଷ୍ଟୀୟାନ, ଗୋଟିଏ ଘରେ ପୂଜା ପାଉଛନ୍ତି ଜଗନ୍ନାଥ ଓ ଯୀଶୁ

କନକ ବ୍ୟୁରୋ : ସର୍ମ୍ପକ ଆଗରେ ଧର୍ମର ମାନେ କିଛି ନଥାଏ । ସ୍ବାମୀ ହିନ୍ଦୁ; କିନ୍ତୁ ସ୍ତ୍ରୀ ଖ୍ରୀଷ୍ଟୀୟାନ। ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି କଥାଟି ସତ୍ୟ। ଏହା ସମାଜର କୌଣସି ଉଚ୍ଚ ଶିକ୍ଷିତ କିମ୍ବା ସହରୀ ଦମ୍ପତିଙ୍କ କଥା ନୁହେଁ, ଗରିବ ହରିଜନ ବସ୍ତିର ଧାର୍ମିକ ଚଳଣୀ। ଯଦିଓ ଉଭୟ ସ୍ବାମୀ ଓ ସ୍ତ୍ରୀ ଭିନ୍ନ ଧର୍ମର, କିନ୍ତୁ ଉଭୟଙ୍କ ଦାମ୍ପତ୍ୟ ସମ୍ପର୍କରେ ଦୁଇ ଧର୍ମ କେବେ ପାଚେରି ସୃଷ୍ଟି କରିନାହିଁ। ଗୋଟିଏ ଛାତ ତଳେ ଉଭୟ ଏକାଠି ରହୁଛନ୍ତି; ଖାଉଛନ୍ତି ବି। ଗୀତା ଆଉ ବାଇବେଲଙ୍କୁ ସମ୍ମାନ ଦେଉଛନ୍ତି। ରାତି ପାହିଲେ ସ୍ବାମୀ ଜଗନ୍ନାଥଙ୍କ ନାଁ ଧରି ଟଲି ଚଲାଇବାକୁ ବଜାରକୁ ବାହାରି ଯାଉଥିବା ବେଳେ ପ୍ରଭୁ ଯୀଶୁଙ୍କ ନାଁରୁ ସ୍ତ୍ରୀ ଆରମ୍ଭ କରୁଛନ୍ତି ନିଜର ଦିନଚର୍ଯ୍ୟା। ଅନ୍ୟମାନଙ୍କୁ ଚକିତ କଲା ଭଳି ଏହି ଦମ୍ପତି ଦୁହେଁ ହେଉଛନ୍ତି ଢେଙ୍କାନାଳ ସହର ଉପକଣ୍ଠ ସରଜଙ୍ଗ ସାହିର ଯୋଗୀନାଥ ନାଏକ ଓ ତାଙ୍କ ସ୍ତ୍ରୀ ବବି ନାଏକ।

publive-imageଦମ୍ପତିଙ୍କ କହିବା ମୁତାବକ, ଆରମ୍ଭରୁ ଧାର୍ମିକ ଜୀବନ ଏମିତି ନ ଥିଲା। ଯୁବା ସମୟରେ ଉଭୟ ହିନ୍ଦୁ ଧର୍ମର ଥିଲେ। ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଆଜକୁ ପ୍ରାୟ ୮/୧୦ବର୍ଷ ତଳେ ସ୍ତ୍ରୀ ହିନ୍ଦୁ ଧର୍ମ ତ୍ୟାଗ କରି ଖ୍ରୀଷ୍ଟଧର୍ମକୁ ଆପଣେଇଛନ୍ତି। ଏହା ଦ୍ବାରା କେବେ କୌଣସି ଅସୁବିଧା ହୋଇନାହିଁ। ବରଂ ପରିବାର ସୁରୁଖୁରୁରେ ଚଳୁଛି। ଗୋଟିଏ ଛାତ ତଳେ ମନ୍ତ୍ର ପାଠ ଏବଂ ବାଇବେଲ ଗ୍ରନ୍ଥ ପଢ଼ାଯାଉଛି ସତ, କିନ୍ତୁ ଆମ ମଧ୍ୟରେ କେବେ ମତ ପାର୍ଥକ୍ୟ ଦେଖା ଦେଇନାହିଁ ବୋଲି ସ୍ବାମୀ ଯୋଗୀନାଥ କହିଛନ୍ତି। କେବଳ ବବି ନୁହନ୍ତି, ସରଜନ ସାହିର ସୁଭଦ୍ରା ନାଏକଙ୍କ ସମେତ ପ୍ରାୟ ୩୦ରୁ ଉର୍ଧ୍ବ ହିନ୍ଦୁ ମହିଳା ନିଜର ଧର୍ମ ପରିବର୍ତ୍ତନ କରି ସାରିଛନ୍ତି। ତାଙ୍କ ସ୍ବାମୀମାନେ କିନ୍ତୁ ହିନ୍ଦୁ ଧର୍ମ ଛାଡ଼ି ନାହାନ୍ତି। ଗୋଟିଏ ଛାତ ତଳେ ହିନ୍ଦୁ-ଖ୍ରୀଷ୍ଟୀୟାନ ଦମ୍ପତି ଏକାଠି ବସବାସ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe