କନକ ବ୍ୟୁରୋ: ଡକ୍ୟୁମେଣ୍ଟାରୀ ଫିଲମ ‘କାଳୀ’ର ପୋଷ୍ଟରକୁ ନେଇ ତେଜିଛି ବିବାଦ । ସୋସିଆଲ ମିଡିଆରେ ପୋଷ୍ଟର ଭାଇରାଲ ହେବା ପରେ ୟୁଜର୍ସ ନିର୍ମାତା ତଥା ନିର୍ଦ୍ଦେଶିକାଙ୍କୁ ଟାର୍ଗେଟ କରିଛନ୍ତି । ପୋଷ୍ଟରକୁ କଦାକାର କରି ହିନ୍ଦୁ ଦେବୀଙ୍କୁ ଅପମାନ କରାଯାଇଥିବା ଅଭିଯୋଗ କରି ନିର୍ଦ୍ଦେଶିକା ଲିନା ମଣିମେକଲାଇଙ୍କୁ ଗିରଫ କରିବାକୁ ଦାବି ହୋଇଛି ।
ରିଲିଜ୍ ହୋଇଥିବା ପୋଷ୍ଟରରେ ଜଣେ ମହିଳା ମ’ କାଳୀଙ୍କଙ୍କ ପୋଷାକ ପିନ୍ଧିଛନ୍ତି । ସେ ସିଗାରେଟ ଟାଣୁଥିବାର ଦେଖାଯାଉଛି । ସେ ଗୋଟିଏ ହାତରେ ଏଲଜିବିଟି କମ୍ୟୁନିଟିର ପତାକା ଓ ଅନ୍ୟ ହାତରେ ତ୍ରିଶୂଳ ଧରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ଲିନାଙ୍କୁ ଗିରଫ କରିବାକୁ ଦାବି କରାଯାଉଛି ।
ହେଲେ ଏ ମାମଲାରେ ଭୁଲକୁ ସ୍ୱୀକାର କରିବାକୁ ନାରାଜ ନିର୍ଦ୍ଦେଶିକା ଲିନା ମଣିମେକଲାଇ । ପୋଷ୍ଟରକୁ ନେଇ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ଓକିଲ । ଏହାସହ ଦିଲ୍ଲୀ ପୋଲିସ ଓ ଗୃହମନ୍ତ୍ରଣାଳୟ ନିକଟରେ ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/07/60-1.jpg)