ପ୍ରେମ ବିବାହ ପରେ ସମାଜରେ ସୁରକ୍ଷିତ ଭାବେ ବଞ୍ଚିବାକୁ ଚାହୁଁଛନ୍ତି ପ୍ରେମୀ ଯୁଗଳ। ବାପାଙ୍କୁ ଝିଅର ଆକୁଳ ନିବେଦନ, ବାପା ତୁମକୁ ଯେତିକି ଭଲ ପାଏ…ତାଙ୍କୁ ବି ସେତିକି ଭଲ ପାଏ

2,130

କନକ ବ୍ୟୁରୋ: ପ୍ରେମ ବିବାହ ପରେ ସମାଜରେ ସୁରକ୍ଷିତ ବଂଚିବାକୁ ଝିଅର ଆକୁଳ ନିବେଦନ । ଚାହୁଛି ସାମାଜିକ ସ୍ୱୀକୃତି । ସ୍ୱାମୀକୁ ଭଲ ପାଇବା କଥା ବି କହୁଛନ୍ତି ଆଉ ବାପାମାଙ୍କୁ ଭଲ ପାଇବା କଥା ବି କହୁଛନ୍ତି ଝିଅ ଜଣକ । ଇଏ ଏକ ଏମିତି ପ୍ରେମ କାହାଣୀ ଯେଉଁ ଥିରେ ପ୍ରେମ ବି ହୋଇଛି ଆଉ ବିବାହ ବି ହୋଇଛି । ହେଲେ ଘରଲୋକଙ୍କ ଇଚ୍ଛା ବିରୋଧରେ ।

କାହିଁକି ନା ପୁଅ ଜଣଙ୍କ ମୁସଲିମ ସମ୍ପ୍ରଦାୟର ହୋଇଥିବା ବେଳେ ଝିଅ ଜଣଙ୍କ ହିନ୍ଦୁ ସମ୍ପ୍ରଦାୟର । ହେଲେ ଘରଲୋକଙ୍କୁ ଖାତିର ନକରି ପ୍ରେମ ବିବାହ କରିଥିଲେ ଏହି ପ୍ରେମୀ ଯୁଗଳ । ଏବେ ବିବାହ କରିସାରିବା ପରେ ସମାଜରେ କିପରି ସୁରକ୍ଷିତ ଭାବେ ଘରସଂସାର କରିବେ ସେଥିପାଇଁ ସୁରକ୍ଷା ଯୋଗାଇବାକୁ ନିବେଦନ କରିଛନ୍ତି ଏହି ଝିଅ ଜଣକ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଝିଅର ପରିବାରଲୋକେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପ୍ରେମୀଯୁଗଳଙ୍କୁ ଖୋଜୁଛନ୍ତି । ଏପରିକି ପୁଅ ଘରେ ପୋଲିସ ମଧ୍ୟ ଚଢଉ କରୁଛି । ଏପରି ପରିସ୍ଥିତି ବାପା ସେମାନଙ୍କୁ ନଖୋଜିବା ପାଇଁ ଅନୁରୋଧ କରିଛନ୍ତି ଏହି ଝିଅ ଜଣକ । ଏଥିସହ ସେମାନଙ୍କୁ ଶାନ୍ତିରେ ବଂଚିବାକୁ ଦେବାପାଇଁ କହିଛନ୍ତି ।

Comments are closed.