କନକ ବ୍ୟୁରୋ: ପ୍ରେମ ବିବାହ ପରେ ସମାଜରେ ସୁରକ୍ଷିତ ବଂଚିବାକୁ ଝିଅର ଆକୁଳ ନିବେଦନ । ଚାହୁଛି ସାମାଜିକ ସ୍ୱୀକୃତି । ସ୍ୱାମୀକୁ ଭଲ ପାଇବା କଥା ବି କହୁଛନ୍ତି ଆଉ ବାପାମାଙ୍କୁ ଭଲ ପାଇବା କଥା ବି କହୁଛନ୍ତି ଝିଅ ଜଣକ । ଇଏ ଏକ ଏମିତି ପ୍ରେମ କାହାଣୀ ଯେଉଁ ଥିରେ ପ୍ରେମ ବି ହୋଇଛି ଆଉ ବିବାହ ବି ହୋଇଛି । ହେଲେ ଘରଲୋକଙ୍କ ଇଚ୍ଛା ବିରୋଧରେ ।
କାହିଁକି ନା ପୁଅ ଜଣଙ୍କ ମୁସଲିମ ସମ୍ପ୍ରଦାୟର ହୋଇଥିବା ବେଳେ ଝିଅ ଜଣଙ୍କ ହିନ୍ଦୁ ସମ୍ପ୍ରଦାୟର । ହେଲେ ଘରଲୋକଙ୍କୁ ଖାତିର ନକରି ପ୍ରେମ ବିବାହ କରିଥିଲେ ଏହି ପ୍ରେମୀ ଯୁଗଳ । ଏବେ ବିବାହ କରିସାରିବା ପରେ ସମାଜରେ କିପରି ସୁରକ୍ଷିତ ଭାବେ ଘରସଂସାର କରିବେ ସେଥିପାଇଁ ସୁରକ୍ଷା ଯୋଗାଇବାକୁ ନିବେଦନ କରିଛନ୍ତି ଏହି ଝିଅ ଜଣକ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଝିଅର ପରିବାରଲୋକେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପ୍ରେମୀଯୁଗଳଙ୍କୁ ଖୋଜୁଛନ୍ତି । ଏପରିକି ପୁଅ ଘରେ ପୋଲିସ ମଧ୍ୟ ଚଢଉ କରୁଛି । ଏପରି ପରିସ୍ଥିତି ବାପା ସେମାନଙ୍କୁ ନଖୋଜିବା ପାଇଁ ଅନୁରୋଧ କରିଛନ୍ତି ଏହି ଝିଅ ଜଣକ । ଏଥିସହ ସେମାନଙ୍କୁ ଶାନ୍ତିରେ ବଂଚିବାକୁ ଦେବାପାଇଁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/MARRIAGE-1.jpg)
/kanak/media/post_attachments/wp-content/uploads/2019/06/Screen-Shot-2019-06-25-at-1.52.09-PM-300x224.png)
/kanak/media/post_attachments/wp-content/uploads/2019/06/Screen-Shot-2019-06-25-at-1.51.56-PM-300x225.png)