କଟ୍ଟରପନ୍ଥୀ ଦେଶରେ ଇତିହାସ ରଚିଲେ ହିନ୍ଦୁ ମହିଳା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

191

କନକ ବ୍ୟୁରୋ : ପାକିସ୍ତାନରେ ଅଳ୍ପ ସଂଖ୍ୟକଙ୍କ ସ୍ଥିତି ସାରା ବିଶ୍ୱରେ କାହାକୁ ଅଛପା ନାହିଁ । କଟ୍ଟରପନ୍ଥୀ ଦେଶ ତାଲିକାରେ ସାମିଲ ହୋଇଥିବା ପାକିସ୍ତାନରେ ଅଳ୍ପ ସଂଖ୍ୟକଙ୍କ ପ୍ରତି ଅତ୍ୟାଚାର କରାଯାଉଛି । ଏହାରି ମଧ୍ୟରେ ଜଣେ ହିନ୍ଦୁ ମହିଳା ଜଣେ ବଡ ଅଫିସର ହୋଇ ଦେଶର ସମସ୍ତ ଅଳ୍ପ ସଂଖ୍ୟକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ପାକିସ୍ତାନରେ ହିନ୍ଦୁ ମହିଳା ଡାକ୍ତର ସନା ରାମଚନ୍ଦ ଗୁଲବାନୀ ଇତିହାସ ରଚିଛନ୍ତି । ସେ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବା ପରେ ଏବେ ସେ ପ୍ରଶାସନିକ ସେବାରେ ନିଯୁକ୍ତି ପାଇବେ । ସନା ଏହି ପରୀକ୍ଷାରେ ମେ ମାସରୁ ଉର୍ତ୍ତୀର୍ଣ୍ଣ ହୋଇଥିଲେ ବି ଏବେ ତାଙ୍କ ନିଯୁକ୍ତି କନଫର୍ମ ହୋଇଛି ।

୨୬ ବର୍ଷିୟା ସନା ତାଙ୍କର ପ୍ରଥମ ପ୍ରୟାସରେ ଦେଶର ଶୀର୍ଷ ସାର୍ବଜନିକ ସେବା ସେଣ୍ଟ୍ରାଲ ସୁପିରିଅର ସର୍ଭିସେସ୍ (ସଏସଏସ୍) ପାସ୍ କରିଥିଲେ । ସେ ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ) ସିନ୍ଧର ଗ୍ରାମୀଣ ଆସନରୁ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏହି ପରୀକ୍ଷାକୁ ପାକିସ୍ତାନର ସବୁଠାରୁ କଠିନ ପ୍ରତିଯୋଗିତା ପରୀକ୍ଷା ଭାବେ ଗଣନା କରାଯାଏ । କହିରଖୁ କି ଯେଭଳି ଭାରତରେ ସଂଘ ଲୋକସଭା ଆୟୋଗ ଦ୍ୱାରା ଆୟୋଜିତ ସିଭିଲ ସେବା ପରୀକ୍ଷା ମାଧ୍ୟମରେ ପ୍ରଶାସନିକ ବୋରେ ନିଯୁକ୍ତି ମିଳିଥାଏ, ଠିକ୍ ସେହିଭଳି ପାକିସ୍ତାନରେ ସିଏସଏ ପରୀକ୍ଷା ଫଳ ଆଧାରରେ ପ୍ରଶାସନିକ ସେବାରେ ନିଯୁକ୍ତି ମିଳିଥାଏ ।

ସନା ଏଭଳି ସଫଳତା ପାଇବା ପରେ ଟ୍ୱିଟର ଯୋଗେ ସୂଚନା ଦେଇ ଖୁସିବ୍ୟକ୍ତ କରିଛନ୍ତି । ସବୁଠାରୁ ବଡକଥା ସେ ହିନ୍ଦୁ ହୋଇଥିଲେ ବି ଏଭଳି ସଫଳତା ପାଇଁ ଆଲ୍ଲାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସନା ରାମଚନ୍ଦ ମୂଳତ ଶିକାରପୁରରେ ରହିଥାନ୍ତି । ପାକିସ୍ତାନର ସିନ୍ଦ ଅଞ୍ଚଳରେ ସବୁଠାରୁ ଅଧିକ ହିନ୍ଦୁ ରହିଥାନ୍ତି । ସନା ତାଙ୍କ ଭବିଷ୍ୟତକୁ ନେଇ ଭିନ୍ନ ଭିନ୍ନ ଯୋଜନା ବି କରିଛନ୍ତି । ସନା ରାମଚନ୍ଦ ସିଏସଏସ ପରୀକ୍ଷାରେ ପାସ୍ କରିତିବା ୨୨୧ ଆଶାୟୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ୭୯ ଜଣ ମହିଳା ସାମିଲ ହୋଇଥିବା ବେଳେ ସନା ରାମଚନ୍ଦ ଏକମାତ୍ର ହିନ୍ଦୁ ମହିଳା ।