କନକ ବ୍ୟୁରୋ: ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଲଗାତାର ଅତ୍ୟାଚାରକୁ କଡା ବିରୋଧ କରିଛି ହିନ୍ଦୁ ପରିଷଦ । ପ୍ରଦର୍ଶନକାରୀ ‘ଜୟ ଶୀରାମ ଓ ହରହର ମହାଦେବ’ ନାରା ଦେଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।ନିକଟରେ ପାକିସ୍ତାନ ରହିମ ୟାର ଖାନ୍ ଇଲାକାରେ ହିନ୍ଦୁ ମନ୍ଦିର ଓ ମୂର୍ତ୍ତି ଭଙ୍ଗାରୁଜା ଘଟଣାକୁ ନେଇ ହିନ୍ଦୁ ସମାଜ କରାଚିରେ ଏହି ବିକ୍ଷୋପ ପ୍ରଦର୍ଶନ କରିଛି ।

Advertisment

publive-imageଏହି ପ୍ରଦର୍ଶନରେ ହିନ୍ଦୁ ସମାଜ ସଦସ୍ୟ, ହିନ୍ଦୁ ପୂଜକଙ୍କ ସହ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଲୋକେ ମଧ୍ୟ ସାମିଲ ହୋଇଥିଲେ । ଇସ୍ଲାମର ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କଲେ ଯେପରି ମୃତ୍ୟୁ ଦଣ୍ଡ ପର୍ଯ୍ୟନ୍ତ କଥା ଯାଉଛି ହିନ୍ଦୁ ଧର୍ମକୁ ଅମାନ୍ୟ କରିଥିବା ଦୁର୍ବୃତ୍ତଙ୍କୁ ସେପରି କଠୋର ଦଣ୍ଡକୁ ଦେବାକୁ ଦାବି କରିଛନ୍ତି ମନ୍ଦିର ପୂଜକ । ଏହା ବ୍ୟତୀତ ପାକିସ୍ତାନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ହିନ୍ଦୁ ଧର୍ମ ବିରୋଧରେ କୁହାଯାଉଛି । ତେଣୁ ପାକ୍ ସରକାର ଏହାକୁ ଗୁରୁତର ସହ ନେବାକୁ ହିନ୍ଦୁ ସମାଜ ଦାବି କରିଛି । ଏହି ଦାବି ସବୁକୁ ସମର୍ଥନ କରିଛନ୍ତି କିଛି ମୁସଲମାନ ନେତା । କରାଚିର ମୁଫତି ଫୈଜଲ ହିନ୍ଦୁଙ୍କ ଏହି ଦାବିକୁ ଯଥାର୍ଥ ବୋଲି କହିଛନ୍ତି । ହିନ୍ଦୁମାନଙ୍କୁ ଏପରି ନିର୍ଯାତନା ଦେଶର ଶାନ୍ତିକୁ ନଷ୍ଟ କରିବ ।ତେଣୁ ଏପରି ଘଟଣା ନିନ୍ଦନୀୟ ବୋଲି ସେ କହିଛନ୍ତି ।

publive-image
ସୂଚନା ମୁତାବକ, ନିକଟରେ ରହିମ ୟାର ଖାନ୍ ଇଲାକରେ କିଛି ଦୁର୍ବୃତ୍ତ ଗଣେଶ ମନ୍ଦିରରେ ଭଙ୍ଗାରୁଜା କରିବା ସହ ମୂର୍ତ୍ତି ଭଙ୍ଗାରୁଜା କରିଥିଲେ ।ଏହାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ କଡା ନିନ୍ଦା କରିଥିଲେ । ହେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏ ଘଟଣା ପାଇଁ ପୋଲିସ୍ ଅଧିକାରୀଙ୍କୁ ଦାୟୀ କରିଥିଲେ ।