ମନ୍ଦିର ନା ମୀନାର? ଜୋର ଧରିଲା କୁତବମୀନାର ନାଁ ବଦଳାଇବାକୁ ହିନ୍ଦୁ ସଙ୍ଗଠନର ଦାବୀ

294

କନକ ବ୍ୟୁରୋ: ତାଜମହଲ ବିବାଦ ପରେ ଏବେ ମୁଣ୍ଡ ଟେକିଛି ଦିଲ୍ଲୀ ସ୍ଥିତ କୁତବମୀନାର ବିବାଦ । ଭାରତର ହିନ୍ଦୁ ସଙ୍ଗଠନ କୁତବ ମୀନାର ପାଖରେ ପହଞ୍ଚି ଆଜି ପ୍ରଦର୍ଶନ କରିବା ସହ ଯଥାଶୀଘ୍ର କୁତବ ମୀନାରର ନାଁ ବଦଳାଇ ହିନ୍ଦୁ ମନ୍ଦିରର ମାନ୍ୟତା ଦେବାକୁ ଦାବି କରିଛନ୍ତି । ଏହାସହ ଏହାର ନାଁ ‘ବିଷ୍ଣୁ ସ୍ତମ୍ଭ’ ରଖିବାକୁ ଦାବି ହୋଇଛି ।

ମୋଗଲ ସାମ୍ରାଜ୍ୟ ପୂର୍ବରୁ ଏଠାରେ ହିନ୍ଦୁ ମାନଙ୍କର ମନ୍ଦିର ଥିଲା । ଏପରିକି ଏବେବି କୁତବ ମୀନାରରେ ହିନ୍ଦୁ ଦେବାଦବୀଙ୍କ ମୂର୍ତ୍ତୀ ରହିଛି । ଯାହା ଅତି ଦୟନୀୟ ଅବସ୍ଥାରେ ପଡିଛି ବୋଲି ହିନ୍ଦୁ ସଙ୍ଗଠନ ଦାବି କରିଛନ୍ତି । କୁତବମୀନାର ସନାତନ ଧର୍ମର ଧାର୍ମିକ ଧରୋହର । ତେଣୁ ଆଜି ମୀନାର ପାଖରେ ହନୁମାନ ଚାଳିଶା ପାଠ କରିବା ସହ ତୁରନ୍ତ ୫ ଟି ଦାବି ରଖିଛି ହିନ୍ଦୁ ସଙ୍ଗଠନ ।

୫ ଟି ଦାବି:

କୁତବ ମୀନାରର ନାଁ ବଦଳାଇ ଏହାର ନାଁ ବିଷ୍ଣୁ ସ୍ତମ୍ଭ ରଖାଯାଉ ।
ଏଠାରେ ପୂର୍ବ ଭଳି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତିକୁ ଉଚିତ ଭାବେ ସ୍ଥାପନ କରାଯାଉ
ଏଠାରେ ପୂର୍ବ ଭଳି ହିନ୍ଦୁ ପୂଜକଙ୍କ ଦ୍ୱାରା ପୂଜାପାଠ , ଅଳତୀ କରାଯାଉ
ପ୍ରତି ମଙ୍ଗଳବାର ମୀନାରରେ ହନୁମାନ ଚାଳିଶା ପାଠ କରାଯାଉ
ମୀନାରକୁ ମନ୍ଦିରର ମାନ୍ୟତା ଦିଆଯାଉ ବୋଲି ୫ଟି ଦାବି ରଖିଛି ହିନ୍ଦୁ ସଙ୍ଗଠନ ।