କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଟିକେଟ ନ ମିଳିବା ପରେ ସେ ଦଳ ଛାଡିଛନ୍ତି । ବିଜେଡି ସୁପ୍ରିମୋଙ୍କ ଲେଖିଥିବା ଇସ୍ତଫା ପତ୍ରରେ ସୀମାରାଣୀ ଲେଖିଛନ୍ତି, ୧୦ ବର୍ଷ ହେଲା ସେ ଲୋକଙ୍କର ସେବା କରିଆସୁଥିଲେ । ତେବେ ବ୍ୟକ୍ତିଗତ କାରଣରୁ ଦଳ ରହିବା ସମ୍ଭବ ନୁହେଁ ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ସୀମାରାଣୀ ।
ଏହାପରେ ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୋମବାର ଘୋଷଣା ହୋଇଥିବା ଟିକେଟ ତାଲିକାରେ ସୀମାରାଣୀଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।
ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଟିକେଟ କଟିବା ପରେ ଥିଲେ ଅସନ୍ତୁଷ୍ଟ ।
/kanak/media/post_attachments/wp-content/uploads/2024/04/MixCollage-22-Apr-2024-11-06-PM-6801.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)