ରଜ ଲଢ଼େଇରେ ହିନ୍ଦୀ ବନାମ ଓଡିଆ ଫିଲ୍ମ । ଆଦିପୁରୁଷ ପାଇଁ ହଲରେ ମିଳୁନି ଟିକେଟ୍! ଓଡିଆରେ ଲଭ୍ ଇନ୍ ଲଣ୍ଡନ୍ ଏବଂ ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର । 

428

କନକ ବ୍ୟୁରୋ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ ସୀତା ଭୂମିକାରେ ଅଛନ୍ତି କ୍ରିତି ସାନନ । ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ପ୍ରସୁତ ହୋଇଥିବା ଏହି ଫିଲ୍ମ ଦେଖିବାକୁ ଆଗୁଆ ୩ ଲକ୍ଷ ଟିକେଟ ବୁକ ହୋଇସାରିଛି । ଗେରୁଆ ରଙ୍ଗର ଗାମୁଛା ପକାଇ ଲୋକେ ହଲ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ପୂର୍ବ ଘୋଷଣା ଅନୁସାରେ ହଲରେ ହନୁମାନଙ୍କ ପାଇଁ ଏକ ସିଟ୍ ମଧ୍ୟ ରଖାଯାଇଛି ।

  • ରଜ ଲଢ଼େଇରେ ହିନ୍ଦୀ ବନାମ ଓଡି଼ଆ ଫିଲ୍ମ
  • ଆଦିପୁରୁଷ ପାଇଁ ହଲରେ ମିଳୁନି ଟିକେଟ୍!

ଆଦିପୁରୁଷ ରିଲିଜ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ସବୁ ହଲ ହାଉସଫୁଲ ଅଛି । ରଜ ଅବସରରେ ଦୁଇଟି ଓଡିଆ ଫିଲ୍ମ ଲଭ ଇନ ଲଣ୍ଡନ ଓ ଗୁଡୁ ଗ୍ୟାଙ୍ଗଷ୍ଟର ରିଲିଜ ହୋଇଥିଲା । ଦୁଇ ସୁପରଷ୍ଟାର ଅନୁଭବ ମହାନ୍ତି ଓ ସିଦ୍ଧାନ୍ତ ଦାସଙ୍କ ଫିଲ୍ମ ହୋଇଥିବାରୁ ଓ ରଜ ଅବସରରେ ଫିଲ୍ମ ଦେଖିବାର କ୍ରେଜ ଥିବାରୁ ହଲରେ ଲୋକଙ୍କ ଭିଡ ଜମୁଥିଲା । ହେଲେ ଆଦିପୁରୁଷ ରିଲିଜ ହେବା ପରେ ଓଡିଆ ଫିଲ୍ମ ଉପରେ ଏହାର ପ୍ରଭାବ ପଡିଛି । ଟିକେଟ୍ ନମିଳିବାରୁ ଓଡ଼ିଆ ଫିଲ୍ମ ଗୁଡ୍ଡୁ ଗ୍ୟାଙ୍ଗଷ୍ଟର ଦେଖିବାକୁ ଦର୍ଶକ ଯାଉଥିବା କହିଛନ୍ତି ।

ଓଡିଆ ଓ ହିନ୍ଦି ଫିଲ୍ମର ଆଦରକୁ ନେଇ ବିବାଦ ଲାଗିରହିଥିବାବେଳେ ଆଦିପୁରଷ ଟିକେଟ ନମିଳିବାରୁ ଲୋକେ ଓଡିଆ ଫିଲ୍ମ ଦେଖିବାକୁ ଯିବା ଚିନ୍ତାର କାରଣ ହୋଇଛି । ଓଡିଆ ଦର୍ଶକ ଯଦି ଓଡିଆ ଫିଲ୍ମକୁ ପ୍ରାଥମିକତା ନଦେବେ ତାହାହେଲେ ଓଲିଉଡ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।