କନକ ବ୍ୟୁରୋ : ପିଲା ଶିଖୁଛନ୍ତି ବିକୃତ ଓଡିଆ । ‘ମ’ରେ ମଖନ, ‘ଇ’ରେ ଇଗଲ, ‘ଔ’ରେ ଔରତ ପଢି ଓଡିଆ ଶିଖି ବଡ ହେବେ ପିଲା । ଆଜି ଉକ୍ରଳ ଦିବସ ଓଡିଆ ମାନେ ଗର୍ବର ସହ ପାଳନ କରୁଥିବା ବେଳେ ବିଡମ୍ବନାର କଥା ହେଉଛି ଆମ ପିଲାମାନେ ସ୍କୁଲରେ ପଢୁଛନ୍ତି ବିକୃତ ଓଡିଆ ।

Advertisment

ପିଲାଙ୍କ ଓଡିଆ ଭାଷା ସାହିତ୍ୟ ଓ ବ୍ୟାକରଣ ବହିରେ ପିଲାଙ୍କୁ ଶିଖାଯାଉଛି ଏମିତି ଓଡିଆ । ଯାହା ଅନେକ ଭାଷାବିତଙ୍କୁ ବିଚଳିତ କରିଛି । ଶାସ୍ତ୍ରୀୟ ଭାଷା ଓଡିଆର ଏମିତି କଦର୍ଥ ବ୍ୟବହାରକୁ ନେଇ ସବୁଠି ଚିନ୍ତା ଓ ଉଦବେଗ ପ୍ରକାଶ ପାଇଛି । ଓଡିଆ ନାଁରେ କାହିଁକି ପିଲାଙ୍କୁ କାହିଁକି ହିନ୍ଦୀ ଶବ୍ଦ ଶିଖା ଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି ।