ହିନ୍ଦୀ ହାର୍ଟଲ୍ୟାଣ୍ଡରେ ୬ ମାସରେ ବଦଳିଗଲା ଚିତ୍ର: ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡରେ କମବ୍ୟାକ କରିପାରେ ବିଜେପି

Advertisment
Exit Poll Results 2019 :  ପ୍ରଥମ ଚରଣରେ ବିଜେପି ଆଗୁଆ ! ପଛରେ ରହିଛି କଂଗ୍ରେସ ଏବଂ ମହାଗଠବନ୍ଧନ 

MensXP.com

କନକ ବ୍ୟୁରୋ: ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି ଭଲ କରିବ ବୋଲି ବିଭିନ୍ନ ଗଣମାଧ୍ୟମ ଆକଳନ କରିଛନ୍ତି । ବିଶେଷକରି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରିଛନ୍ତି ଏକଜିଟ ପୋଲ । ଅର୍ଥାତ ୬ ମାସ ମଧ୍ୟରେ ଏଠାରେ ଚିତ୍ର ବଦଳିଯାଇଛି । ଗତବର୍ଷ ଏଠାରେ ବିଜେପିଠାରୁ କ୍ଷମତା ଛଡାଇନେଇଥିଲା ବିଜେପି । କିନ୍ତୁ ଏବେ ଏଠାରେ ଚିତ୍ର ବଦଳିଯାଇଛି ।

publive-image

ଇଣ୍ଡିଆ ଟୁଡେ-ଆକ୍ସିସର ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ମୋଟ ୨୯ ଆସନ ମଧ୍ୟରୁ ବିଜେପିକୁ ୨୬ରୁ ୨୮ ଓ କଂଗ୍ରେସକୁ ୧ରୁ ୩ଟି ଆସନ ମିଳିପାରେ । ଗତଥର ଏହି ରାଜ୍ୟରେ ବିଜେପି ୨୭ ଓ କଂଗ୍ରେସ ୨ଟି ଆସନ ଜିତିଥିଲା । ସେହିଭଳି ରାଜସ୍ଥାନର ମୋଟ ୨୫ଟି ଆସନ ମଧ୍ୟରୁ ବିଜେପି ୨୩ ଓ କଂଗ୍ରେସ ୨ଟି ଆସନ ହାସଲ କରିପାରେ । ଛତିଶଗଡରେ ମୋଟ ୧୧ ଆସନ ମଧ୍ୟରୁ ବିଜେପି ୭ରୁ ୮ଟି ଆସନ ଜିତିପାରେ । ସେହିଭଳି କଂଗ୍ରେସ ୨ରୁ ୩ଟି ଆସନ ଜିତିପାରେ । ଅନ୍ୟ ଜାତୀୟ ଗଣମାଧ୍ୟମ ମଧ୍ୟ ଅଳ୍ପ ବହୁତ ଏହି ଆକଳନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe