କନକ ବ୍ୟୁରୋ: ହିନ୍ଦୀ ଫିଲ୍ମ ପଡିଲେ ହାଉସପୁଲ । ଆଉ ଓଡିଶା ସିନେମା ଦେଖିବାକୁ ଆସୁନାହାନ୍ତି ଦର୍ଶକ । କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ପ୍ରତୀକ୍ଷା ଆସିବା ପରେ ଓଡିଆ ସିନେମାର ଭାଗ୍ୟ ବଦଳିଯିବ । କିନ୍ତୁ ସେଭଳି କିଛି ଘଟିନି । ଶୁକ୍ରବାର ରାଜ୍ୟରେ ୩ଟି ଓଡିଆ ଫିଲ୍ମ ରିଲିଜ ହୋଇଛି । କିନ୍ତୁ ୩ଟି ଯାକ ଫିଲ୍ମରୁ ଓଡିଆ ଦର୍ଶକ ମୁହଁ ଫେରାଇନେଇଛନ୍ତି ।
ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ‘ଦମନ’ ଆସିବା ପରେ କୁହାଯାଉଥିଲା, ଓଡ଼ିଶା ସିନେମାର ଭାଗ୍ୟ ବଦଳିଗଲା । ଦମନ୍୍ ସଫଳତା ପରେ ପ୍ରତୀକ୍ଷା ଆସିଥିଲା, ଓଡ଼ିଆ ସିନେ ପ୍ରେମୀ ଆଶ୍ୱସ୍ତ ହୋଇଗଲେ ଯେ, ଓଡ଼ିଆ ସିନେମାର ଭଲ ଦିନ ଆସିଗଲା । ହେଲେ, ଓଡ଼ିଆ ସିନେମାକୁ ନେଇ ଯେଉଁ ଆଶା କରାଯାଉଥିଲା, ସେଭଳି କିଛି ଘଟୁନି । ପୁଣି ଥରେ ଓଡ଼ିଆ ସିନେମା ପ୍ରତି ମୁହଁ ଫେରାଉଛନ୍ତି ଦର୍ଶକ । ଶୁକ୍ରବାର ରିଲିଜ୍ ହୋଇଛି ୩ଟି ଯାକ ଓଡ଼ିଆ ଫିଲ୍ମଠାରୁ ଦର୍ଶକ ମୁହଁ ଫେରାଇ ନେଉଛନ୍ତି । ନାରୀ ନୁହେଁତୁ ଅର୍ଦ୍ଧନାରୀ, ମନସ୍କ ଏବଂ ମନ ମ୍ୟୁଜିୟମ୍, ତିନୋଟି ଯାକ ଫିଲ୍ମ ଲାଗିଥିବା ହଲ୍୍ ଖାଁ ଖାଁ ।
ଭିନ୍ନଧରଣର କାହାଣୀକୁ ନେଇ ୩ଟି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହି ସବୁ ଫିଲ୍ମକୁ ନେଇ ଦର୍ଶକଙ୍କ ସେଭଳି ରୁଚି ଦେଖିବାକୁ ମିଳୁନାହିଁ । ଗୋଟିଏ ପଟେ ଯେତେବେଳେ ଓଡ଼ିଆ ଫିଲ୍ମକୁ ଦର୍ଶକ ମିଳୁନି ସେତେବେଳେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ବେଶ ଭଲ ରୋଜଗାର କରୁଛି । ତୁ ଝୁଠି ମେ ମକ୍କାର, ମିଷ୍ଟର ଚାର୍ଟାଜୀ ଭର୍ସେସ୍ ନରୱେ ଏବଂ ଜ୍ୱିଗାଟୋ ଭଳି ହିନ୍ଦୀ ସିନେମା ଭଲ ରୋଜଗାର କରୁଥିବା ବେଳେ ଓଡ଼ିଆ ସିନେମାକୁ ଦର୍ଶକ ମିଳୁନାହାଁନ୍ତି ।
ଓଡ଼ିଆ ଫିଲ୍ମ ପ୍ରତି ଦେଖାଯାଉଥିବା ଅନାଗ୍ରହକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।
-ଓଡ଼ିଆ ସିନେମାରୁ କାହିଁକି ମୁହଁ ଫେରାଇ ନେଉଛନ୍ତି ଦର୍ଶକ?
-ଦମନ ଓ ପ୍ରତୀକ୍ଷାର ସଫଳତା କାହିଁକି ବଳବତ୍ତର ରହୁନି?
-ଦର୍ଶକଙ୍କୁ କାହାଣୀ ପସନ୍ଦ ଆସୁନି ନା’ ଫିଲ୍ମ ପସନ୍ଦ ଆସୁନି?
-ହିନ୍ଦୀ ସିନେମା ଦେଖୁଛନ୍ତି ହେଲେ ଓଡ଼ିଆ ଫିଲ୍ମ କାହିଁକି ନୁହେଁ?