ଭଲ ହେବ ହିନ୍ଦୀ ପରୀକ୍ଷା, ଏହି ଟିପ୍ସ ଗୁଡ଼ିକ ମନେରଖନ୍ତୁ ମାଟ୍ରିକ୍ ପରୀକ୍ଷାର୍ଥୀ ।

ଭଲ ହେବ ହିନ୍ଦୀ ପରୀକ୍ଷା, ଏହି ଟିପ୍ସ ଗୁଡ଼ିକ ମନେରଖନ୍ତୁ ମାଟ୍ରିକ୍ ପରୀକ୍ଷାର୍ଥୀ ।

କନକ ବ୍ୟୁରୋ: ଆସନ୍ତାକାଲି ମାଟ୍ରିକ ପରୀକ୍ଷାର ତୃତୀୟ ଭାଷା ପରୀକ୍ଷା ରହିଛି । ସଂସ୍କୃତ ବ୍ୟତୀତ ଆସନ୍ତାକାଲି ହିନ୍ଦୀ ପରୀକ୍ଷା ମଧ୍ୟ ଦେବେ । ସାଧାରଣତଃ ତୃତୀୟ ଭାଷା ପାଇଁ ପରୀକ୍ଷାର୍ଥୀ ହିନ୍ଦୀକୁ କମ୍ ପସନ୍ଦ କରିଥାନ୍ତି । ହେଲେ ସଂସ୍କୃତ ଭଳି ହିନ୍ଦୀ ପରୀକ୍ଷା ସେତେଟା ସହଜ ନୁହେଁ । କାରଣ ହିନ୍ଦୀରେ ଅଧିକ ମାର୍କ ରଖିବା ସହଜ ହୋଇନଥାଏ । ତେବେ କେମିତି ହିନ୍ଦୀରେ ଭଲ ମାର୍କ ରଖିବେ, ସେ ନେଇ ଶିକ୍ଷାବିତ ଆମକୁ ଟିପ୍ସ ଦେବେ ।

ହିନ୍ଦୀ

- ହିନ୍ଦୀ ପରୀକ୍ଷାରେ ଉତ୍ତର ଲେଖିଲା ବେଳେ ଅନେକ ବିଷୟ ଉପରେ ଧ୍ୟାନ ଦିଅନ୍ତୁ
- ଉତ୍ତର ଲେଖିଲା ବେଳେ କେତେ ମାର୍କ ଓ ଶବ୍ଦରେ ଲେଖିବେ, ତାହା ଭୁଲନ୍ତୁ ନାହିଁ
- ଏହା କରିବା ଦ୍ୱାରା ସମୟ ବଂଚିବ ଏବଂ ପ୍ରଶ୍ନର ସଠିକ ଉତ୍ତର ଲେଖିପାରିବେ
- ଗୁରୁତ୍ୱପୂର୍ଣ୍ଣ ଶବ୍ଦକୁ ନିଶ୍ଚିତ ଅଣ୍ଡରଲାଇନ୍ କରନ୍ତୁ
- କୌଣସି ଭାଷାଜନିତ ପରୀକ୍ଷାରେ ଉପସ୍ଥାପନା ଓ ଭଲ ଅକ୍ଷର ଅତି ଗୁରୁତ୍ୱପୂର୍ଣ୍ଣ
- ଯେତେ ପାରୁଛନ୍ତି ସେତେ ଲେଖିବା ଅଭ୍ୟାସ କରନ୍ତୁ, ଏହାଦ୍ୱାରା ଆପଣଙ୍କ ହସ୍ତାକ୍ଷର ଭଲ ହେବ
- ପ୍ରଶ୍ନ-ଉତ୍ତରକୁ ସେକ୍ସନ ଆଧାରରେ ସମାଧାନ କରନ୍ତୁ
- ହିନ୍ଦୀରେ ରଚନା ଲେଖିବା ପାଇଁ ସହଜ ବିଷୟବସ୍ତୁ ଚୟନ କରନ୍ତୁ
- ଆବଶ୍ୟକତା ଠାରୁ ଅତ୍ୟଧିକ ଲେଖିବା ଉପରେ ଗୁରୁତ୍ୱ ଦିଅନ୍ତୁ ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe