ଗଣ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ । ପଦନ୍ନୋତି, ନୂତନ କ୍ୟାଡ଼ର ରୁଲ୍ ଲାଗୁ ନହେବାରୁ ଆମରଣ ଅନଶନ ଡାକରା ।

190

କନକ ବ୍ୟୁରୋ: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ମାଧ୍ୟମିକ ସଂସ୍କୃତ ଓ ହିନ୍ଦି ଶିକ୍ଷକ ମିଳିତ ମଞ୍ଚ । ନୂତନ କ୍ୟାଡର ରୁଲକୁ ଲାଗୁ କରିବା ଦାବିରେ ଦୀର୍ଘଦିନ ହେଲା ଆମରଣ ଅନଶନ ଡାକରା ଦେଇଛି ସଂଘ । ୧୨ ବର୍ଷରୁ ଅଧିକ ସମୟ ଧରି ଚାକିରି କଲେ ମଧ୍ୟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଅବହେଳା କରାଯାଉଛି । ପଦୋନ୍ନତି କରାଯାଉନାହିଁ । ତେଣୁ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଛି । ବାରମ୍ବାର ମନ୍ତ୍ରୀଙ୍କୁ ଶିକ୍ଷକମାନେ ଲିଖିତ ଭାବେ ଜଣାଇ ନିରାସ ହେବା ପରେ ଆଜି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରାଉ କରିଛନ୍ତି ।