କନକ ବ୍ୟୁରୋ: ଭାରତରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି, ଚେତାବନୀ ଦେଲା ହିଣ୍ଡେନବର୍ଗ । ହିଣ୍ଡେନବର୍ଗଙ୍କ ଚେତାବନୀ ପରେ ପଡିବ କାହାର ପାଳି? ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ନିକଟରେ ଏକ ନୂତନ ଘୋଷଣା କରିଛି ଯାହା ସମସ୍ତଙ୍କୁ ଚକିତ କରିବା ସହିତ ଆତଙ୍କିତ ମଧ୍ୟ କରିଛି। ଶନିବାର ସକାଳେ ଏଲନ୍ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍ ମାଧ୍ୟମରେ ହିଣ୍ଡେନବର୍ଗ ସୂଚାଇ ଦେଇଛି ଯେ ଖୁବଶୀଘ୍ର ଭାରତରେ କିଛି ବଡ଼ ଘଟଣା ଘଟିବ। ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଲେଖିଛି ଯେ, 'ସମଥିଙ୍ଗ ବିଗ୍ ସୁନ୍ ଇଣ୍ଡିଆ। ତେବେ ହିଣ୍ଡେନବର୍ଗର ଏହି ପୋଷ୍ଟକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ତେବେ କ'ଣ ଏବଂ କାହା ଉପରେ ବଡ଼ ଘଟଣା ଘଟିବାକୁ ଯାଉଛି ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ। । ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଏକ ଭାରତୀୟ କମ୍ପାନୀ ବିଷୟରେ ବଡ଼ ଖୁଲାସା କରିବାକୁ ଯାଉଥିବା କମ୍ପାନୀର ଏହି ପୋଷ୍ଟକୁ ନେଇ ସନ୍ଦେହ କରାଯାଉଛି। କାରଣ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଏକ ରିପୋର୍ଟ ପ୍ରକାଶ କରିଥିଲା ।

Advertisment