ହିଣ୍ଡନବର୍ଗର ନୂଆ ଧମାକା… ଆଦାନୀ ପରେ ଆଉ କିଏ?

124

କନକ ବ୍ୟୁରୋ: ଆଦାନୀ ଗ୍ରୁପ ନେଇ ଘାତକ ରିପୋର୍ଟ ପ୍ରକାଶ କରିଥିବା ଆମେରିକୀୟ କମ୍ପାନୀ ହିଣ୍ଡନବର୍ଗ ଅନେକ ନିବେଶକଙ୍କ ଟଙ୍କା ବୁଡାଇଦେଇଥିଲା । ତେବେ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କମ୍ପାନୀ ଆଉ ଏକ ନୂଆ ରିପୋର୍ଟ ପ୍ରକାଶ କରିବାକୁ ଯାଉଛି । ଏନେଇ ସାମାଜିକ ଗଣମାଧ୍ୟମରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ୱିଟରରେ ହୋଇଥିବା ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ, ଆଉ ଗୋଟିଏ ନୂଆ ରିପୋର୍ଟ ଆସୁଛି- ଆଉ ଜଣେ ବଡ ବ୍ୟକ୍ତି ।

ଏହି ପୋଷ୍ଟ ପରେ ଆଶା କରାଯାଉଛି ଯେ ଶୀଘ୍ର ଆଉ ଏକ ବଡ ଖୁଲାସା କରିବାକୁ ଯାଉଛି ହିଣ୍ଡନବର୍ଗ । ତେବେ କାହାକୁ ନେଇ ଏହି ଖୁଲାସା ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ । ଗତ କିଛି ମାସ ତଳେ ହିଣ୍ଡନବର୍ଗ ରିପୋର୍ଟ କାରଣରୁ ଷ୍ଟକ ମାର୍କେଟରେ ବଡ ପ୍ରଭାବ ପଡିଥିଲା । ଗୌତମ ଆଦାନୀଙ୍କ ସମ୍ପତ୍ତି ୧୫୦ ଅରବ ଡଲାରରୁ ଖସି ୫୩ ଅରବ ଡଲାରରେ ପହଞ୍ଚିଯାଇଥିଲା । ଫୋର୍ବସ ଦ୍ୱାରା ପ୍ରକାଶିତ ବିଶ୍ୱର ସବୁଠାରୁ ଅଧିକ ଧନୀ ତାଲିକାରେ ଶ୍ରେଷ୍ଠ ୩୫ରୁ ବାଦ ପଡିଛନ୍ତି । ପାଖାପାଖି ୧୨୦ ଅରବ ଡଲାରର କ୍ଷତି ସହିଛନ୍ତି ।