ସଂସଦରେ ହିଣ୍ଡେନବର୍ଗ ରିପୋର୍ଟ ତାତି। ବିରୋଧୀ ଉଠାଇଲେ ପ୍ରସଙ୍ଗ, ପଚାରିଲେ ପ୍ରଶ୍ନ।

138

କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନରେ ଉଠିଲା ଆଦାନୀ ପ୍ରସଙ୍ଗ । ସଂସଦର ଉଭୟ ଗୃହରେ ଉଠିଛି ହିଣ୍ଡନବର୍ଗର ସେହି ରିପୋର୍ଟର କଥା ଯାହାକୁ ନେଇ ଉଠୁଛି ପଡୁଛି ସାରା ଦେଶ । ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ରିପୋର୍ଟରେ ଆନକ ସଙ୍ଗୀନ ଦାବି ଆସିଥିଲା । ଏହି ପ୍ରସଙ୍ଗକୁ ସଂସଦର ଉଭୟ ଗୃହରେ ଉଠାଇଛନ୍ତି ବିରୋଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ କି ଏଲଆଇସି , ଏସିବିଆଇ ସହିତ ଅନେକ ସରକାରୀ ସଂସ୍ଥାରେ ଯେଉଁମାନେ ନିବେଶ କରିଛନ୍ତି ଏହାର ଯାଞ୍ଚ କରାଯାଉ । ଏହାର ରିପୋର୍ଟ ଜନତାଙ୍କ ସାମ୍ନାରେ ରଖାଯାଉ ।

ପ୍ରାୟ ୧୩ଟି ବିରୋଧ ଏକଜୁଟ ହୋଇ ସରକାରଙ୍କୁ ରିପୋର୍ଟ ବାବଦରେ ପ୍ରଶ୍ନ କରିଛନ୍ତି । ଆମ ଆଦମୀ ପାର୍ଟି କହିଛି ଆଦାନୀ ପ୍ରସଙ୍ଗକୁ ନେଇ କଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଚୁପ ବସିଛନ୍ତି । ଏହାର ଜବାବ ପୂରା ଦୁନିଆକୁ ଦିଅନ୍ତୁ । ବିରୋଧୀଙ୍ଗ ହଙ୍ଗାମା ପରେ ଗୃହକାର୍ଯ୍ୟକୁ କାଲି ପର୍ଯଡ଼୍ତ ମୁଲତବୀ ରଖାଯାଇଛି । ଆଦାନୀ ଗ୍ରୁପକୁ ନେଇ ହିଣ୍ଡନବର୍ଗ ଯେଉଁ ରିପୋର୍ଟ ଦେଇଛି ତାପଛରେ ସତ୍ୟତା କଣ ଏହା ଜବାବ ସରକାରଙ୍କୁ ମାଗିଛନ୍ତି ବିରୋଧୀ । ସେପଟେ ବିଜେପି କହିିଛି ସଂସଦର ମୂଲ୍ୟବାନ ସମୟ ନଷ୍ଟ କରି ବିରୋଧୀ ମୁଖ୍ୟ ପ୍ରସଙ୍ଗର ଚର୍ଚ୍ଚାରୁ ଦୂରେଇ ଯାଉଛନ୍ତି।

ସଂସଦର କାର୍ଯ୍ୟ ଆରମ୍ଭ ପୂର୍ବରୁ ବିରୋଧୀ ଦଳଙ୍କୁ ନେଇ ବୈଠକ ପ୍ରସ୍ତୁତ ହୋଇଥିଲା । କେଉଁ କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ଏନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଲା । ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ସମସ୍ୟା ବଢିବାରେ ଲାଗିଛି । ରିପୋର୍ଟରେ କୁହାଯାଇଥିଲା କି ସେୟାର ପ୍ରାଇସ୍ରେ ହେରଫେର, ସେଲ୍ କମ୍ପାନୀରେ କାରବାର, ଆକାଉଣ୍ଟରେ ଅନିୟମିତତା କରିଛି । ଅସାଧୁ ଉପାୟରେ ଷ୍ଟକ ମୂଲ୍ୟରେ ବୃଦ୍ଧି ଘଟାଇ ୩ବର୍ଷ ଭିତରେ ୧୨୦ ବିଲିୟନ ଡଲାର ଠୂଳ କରିଛି ଆଦାନୀ ଗ୍ରୁପ୍ । ପୁଞ୍ଜିବଜାରରେ ଆଦାନୀ ଗ୍ରୁପର ୭ଟି କମ୍ପାନୀର ସେୟାର ୩ବର୍ଷରେ ହାରାହାରି ୮ଶହ ପ୍ରତିଶତ ବୃଦ୍ଧି ପାଇଛି । ଷ୍ଟକ ଓ ଆକାଉଂଟରେ ବ୍ୟାପକ କାରସାଦି କରାଯାଇଥିବା ଅଭିଯୋଗ ଥିବା ରିପୋର୍ଟରେ କୁହାଯାଇଥିଲା ।