କନକ ବ୍ୟୁରୋ :୨୦୧୪ରେ ମୋଦୀ କ୍ଷମତାକୁ ଆସିବା ପରେ ସେବି ନିୟମକୁ ଆଦାନୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଘଟଣାରେ ମୁଁହ ଖୋଲିବା ସହ ପ୍ରଧାନମନ୍ତ୍ରୀ କାହିଁକିି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ଅଦାନୀଙ୍କ ମଧ୍ୟରେ ସମ୍ପର୍କ କଣ ବୋଲି ସେ ପଚାରିଛନ୍ତି । ତଦନ୍ତକାରୀ ସଂସ୍ଥାମାନେ ଆଦାନୀଗ୍ରୁପକୁ କଣ ପାଇଁ ଏଯାଏଁ ଯାଂଚ କିମ୍ବା ପଚରାଉଚରା କରିନାହାନ୍ତି । ଏହାସହ ଅଦାନୀ ମାମଲାରେ ଜେପିସି ତଦନ୍ତ ଦାବି କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଜି ୨୦ ନେତା ଆଗାମୀ ଦିନରେ ଗୋଟିଏ କମ୍ପାନୀ କାହିଁକି ସ୍ୱତନ୍ତ୍ର ବୋଲି ଯଦି ପ୍ରଶ୍ନ କରନ୍ତି । ତେଣୁ ସେମାନେ ଆସିବା ପୂର୍ବରୁ ଏହି ସବୁପ୍ରଶ୍ନର ଜବାବ ଦେବା ପାଇଁ କଂଗ୍ରେସ ସାଂସଦ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି । ଅଗଷ୍ଟ ୨୫ରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ ବା ସେବି ଆଦାନୀ ଗ୍ରୁପ୍ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗର ଯାଂଚ ସମ୍ପର୍କରେ ଏହାର ରିପୋର୍ଟ ଦାଖଲ କରିଛି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଉପରେ ଶୁଣାଣି ସ୍ଥଗିତ ରଖାଯାଇଛି । ଏହି ସମୟରେ, ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟ ପ୍ରକଳ୍ପ ବା ଓସିସିଆରପି ଦ୍ୱାରା ଆଦାନୀ ଗ୍ରୁପ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି । ଯାହାପରେ ଆଦାନୀ ଗ୍ରୁପର ଅଡୁଆ ବଢିଛି ।