କନକ ବ୍ୟୁରୋ : ହିଣ୍ଡାଲକୋରେ ଶ୍ରମିକ ଅଶାନ୍ତି । ହୀରାକୁଦର ହିଣ୍ଡାଲକୋ ଶିଳ୍ପାଂଚଳରେ ୧୪୪ ଧାରା ଜାରି କରାଯାଇଛି । ମଜଦୁର ସଂଘ ପକ୍ଷରୁ ଆନ୍ଦୋଳନ ସହ ପ୍ରତିବାଦ କାର୍ଯ୍ୟକ୍ରମ ଥିବା ଯୋଗୁଁ ପୁଲିସ ୫୦ଜଣ ଶ୍ରମିକଙ୍କୁ ଗିରଫ କରି ପରେ ଛାଡିଦେଇଛି ।
ଶ୍ରମିକ ମାରଣ ନୀତି ବିରୋଧରେ ମଜଦୁର ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି କମ୍ପାନୀ ପରିସରରେ ୧୪୪ଧାରା ଜାରି କରାଯାଇଛି । କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା କରୁଥିବା ୫୦ରୁ ଅଧିକ ଶ୍ରମକଙ୍କୁ ପୁଲିସ ଗିରଫ କରିଥିଲା । ୧୦ଦଫା ଦାବି ନେଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।
ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଆନ୍ଦୋଳନରତ ଶ୍ରମିକଙ୍କୁ ସେହି ଜାଗାରୁ ହଟାଇ ଦିଆଯିବ ସହ ଗିରଫ ଶ୍ରମିକଙ୍କୁ ଛାଡି ଦିଆଯାଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-09-17h27m20s390.png)