କଅଁଳ ବୟସରେ ବିଶ୍ୱ ରେକର୍ଡ : ସମସ୍ତଙ୍କ ନଜରରେ ହେଣ୍ଡ୍ ଜାଜା; ହାରମାନିଲା ବୟସ ସୀମା

256

କନକ ବ୍ୟୁରୋ: ବୟସ ମାତ୍ର ୧୨ । ହେଲେ ରଚିବାକୁ ଯାଉଛନ୍ତି ବିଶ୍ୱ ରେକର୍ଡ । ଏଇ ବୟସରେ ଅଧିକାଂଶ ପିଲା ଖେଳକୁଦ ଛାଡିନଥାନ୍ତି । କିନ୍ତୁ ୧୨ ବର୍ଷର ସିରିୟା ଟେବୁଲ ଟେନିସ୍ ଖେଳାଳି ହେଣ୍ଡ୍ ଜାଜା । ବିଶ୍ୱର ଖେଳ ମହାକୁମ୍ଭ ଅଲିମ୍ପିକ୍ସରେ ଯୋଗ ଦେଇଥିବା ସମସ୍ତ ଖେଳାଳୀଙ୍କ ମଧ୍ୟରୁ ହେଣ୍ଡ୍ ହେଉଛନ୍ତି ସର୍ବ କନିଷ୍ଠ । ଏତେ କର୍ମ ବୟସରେ ସେ ସିରିୟା ପାଇଁ ସଜିଛନ୍ତି ଆଶାର କିରଣ । କରୋନା ପରି ମହାମାରୀ ସାଙ୍ଗକୁ ସିରିଆରେ କ୍ରମାଗତ ଗୃହଯୁଦ୍ଧ ମଧ୍ୟରେ ବି ସେ ହରାଇନାହାଁନ୍ତି ନିଜ ଲକ୍ଷ୍ୟପଥ । ଦୃଢ ଇଚ୍ଛାଶକ୍ତି ଆଗରେ ବୟସ, ଆର୍ଥିକ ଅନଟନ ହେଉ ବା ପ୍ରତିକୂଳ ସାମାଜିକ ସ୍ଥିତି ସବୁ କିଛି ଯେ ହାର ମାନେ ଏହା ପ୍ରମାଣ କରିଛନ୍ତି ହେଣ୍ଡ୍ ଜାଜା ।


ବୟସ ପ୍ରତିବନ୍ଧକ ନୁହେଁ । ଗୁରୁତ୍ୱପୁର୍ଣ୍ଣ ହେଉଛି ଏକାଗ୍ରତା ଓ ଦୃଢ ଇଚ୍ଛାଶକ୍ତି । ଏହା ପ୍ରମାଣିତ କରିଛନ୍ତି ସିରିୟା ଟେବୁଲ ଟେନିସ୍ ଖେଳାଳି ହେଣ୍ଡ୍ ଜାଜା । ବୟସ ମାତ୍ର ୧୨ । ହେଲେ ସାରା ବିଶ୍ୱ ଦର୍ଶକଙ୍କ ନିଜର ଏବେ ତାଙ୍କ ଉପରେ । ତାଙ୍କ ବିଜୟ ଲେଖିବ ବିଶ୍ୱ ଇତିହାସର ଆଉ ଏକ ପୃ୍ଷ୍ଠା । ଏହା ପୂର୍ବରୁ ୧୦ ବର୍ଷ ବୟସରେ ଅମାମ୍ ଠାରେ ଅନୁଷ୍ଠିତ ମ୍ୟାରିଆନା ସାହକିଆନ୍ ଟେବୁଲ ଟେନିସ୍ ଟୁର୍ଣ୍ଣାମେଂଟରେ ସେ ୫ଟି ମ୍ୟାରୁ ୪ଟି ମ୍ୟାଚ୍ ଜିତି ସମସ୍ତଙ୍କୁ ଚକିତ କରିଥିଲେ । ଏହାସହ ୨୦୨୦ ଫେବୃଆରୀରେ ଜୋର୍ଡାନ୍ଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଇଭେଂଟରେ ଅତି ସହଜରେ ସଫଳତା ହାସଲ କରିଥିଲେ । ସେତେବେଳେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟରେ ତାଙ୍କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । କରୋନା ହୋଇନଥିଲେ ମାତ୍ର ୧୧ ବର୍ଷରେ ସେ ଅଲିମ୍ପିକ୍ସର ସର୍ବକନିଷ୍ଠ ଆଥଲେଟ୍ ହେଇଥାନ୍ତେ ।

ସବୁଠୁ ଗୂରୁତ୍ୱପୂର୍ଣ୍ଣ କଥା ହେଲା ସିରିୟା ପରି ସବୁବେଳେ ଗୃହଯୁଦ୍ଧ ସହ ଜୁଝୁଥିବା ସିରିଆ ପରି ଏକ ରକ୍ଷଣଶୀଳ ରାଷ୍ଟ୍ରରେ ନିଜ ଲକ୍ଷ ପଥରୁ ଓହରି ନାହାଁନ୍ତି ହେଣ୍ଡ୍ ଜାଜା । ହେଣ୍ଡ୍ ୨୦୦୯ ଜାନୁଆରୀ ପହିଲାରେ ସିରିଆରେ ଜନ୍ମଗ୍ରହଣ କରିଥିଲେ । ୨୦୧୪ରେ ମାତ୍ର ୫ ବର୍ଷ ବୟସରେ ଟେବୁଲ ଟେନିସ୍  କୋର୍ଟକୁ ଓହ୍ଲାଇଥିଲେ ଜାଜା । ଆଉ ଏହାର ୬ ବର୍ଷ ପରେ ଓହ୍ଲାଇଛନ୍ତି ବିଶ୍ୱ ଟେନିସ୍ କୋର୍ଟକୁ । ଗତ ୫ ୨ ବର୍ଷ ଭିତରେ ଅଲିମ୍ପିକ୍ସରେ ଭାଗନେଇଥିବା ଖେଳାଳି ମାନଙ୍କ ମଧ୍ୟରେ ସେ ହେଉଛନ୍ତି ସର୍ବକନିଷ୍ଠ ଆଥଲେଟ୍ ।

୨୦୨୦ କ୍ରିଡା ମହାକୁମ୍ଭରେ ତାଙ୍କ ପ୍ରଥମ ମୁକାବିଲା ହେବ ଅଷ୍ଟ୍ରିୟାର ଲିୟୁ ଜିଆଙ୍କ ସହ , ଯେ କି ହେଣ୍ଡ୍ ଜାଜାଙ୍କ ଠାରୁ ୨୭ ବର୍ଷ ବଡ ।ଅଲିମ୍ପିକ୍ରେ ଭାଗ ନେବାରେ ଜାଜା ହେଉଛନ୍ତି ଦ୍ୱିତୀୟ ଟେବୁଲ ଟେନିସ୍ ଖେଳାଳୀ । ତାଙ୍କ ପୂର୍ବରୁ ପ୍ରଥମେ ହେବା ଆଲେଜି ପ୍ରଥମ ସିରିଆନ୍ ଖେଳାଳି ଭାବେ ଭାଗ ନେଇଥିଲେ । ୧୨୫ ବର୍ଷ ଅଲିମ୍ପିକ୍ସ ଇତିହାସରେ ସର୍ବକନିଷ୍ଠ ଖେଳାଳୀ ଭାବେ ଭାଗ ନେଇଥିଲେ ଗ୍ରୀସ୍ ଦିମିତ୍ରିଅସ୍ ଲଉଡ୍ରାସ୍ ,ସେ ୧୮୯୬ରେ ଏଥେନ୍ସରେ ଅନୁଷ୍ଠିତ ସମର ଅଲିମ୍ପିକ୍ସରେ ଭାଗନେଇ ଜିମ୍ନାଷ୍ଟରେ ବ୍ରୋଞପଦକ ହାତେଇଥିଲେ । ସେତେବେଳେକୁ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା ।ସେ ସମୟର ଅଲିମ୍ପିକ୍ସ ଜିମ୍ନାଷ୍ଟଙ୍କ ମଧ୍ୟରୁ ସେ ହିଁ ଏଯାଏଁ ଜୀବିତ ଅଛନ୍ତି । ଆଉ ତାଙ୍କ ପରେ ରେକର୍ଡ କରିବାକୁ ଯାଉଛନ୍ତି ହେଣ୍ଡ୍ ଜାଜା । ସମଗ୍ର ବିଶ୍ୱ ଦର୍ଶକ ତଥା ସିରୀୟା ବାସୀଙ୍କ ଶୁଭେଚ୍ଛା ସହ ବେଶ୍ ଆଶାବାଦୀ ଜାଜ୍ ।