୧୫ ହଜାର ଫୁଟ ଉପରେ ଉଡିଲା ତ୍ରିରଙ୍ଗା । ଲଦାଖ ବର୍ଡରରେ ମାଇନସ ୩୫ ଡିଗ୍ରୀ ତାପମାତ୍ରାରେ ପରେଡ କଲେ ଆଇଟିବିପିର ଜବାନ

628

କନକ ବ୍ୟୁରୋ : ସାରା ଦେଶ ପାଳନ କରୁଛି ୭୩ ତମ ଗଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରତିବର୍ଷ ଦେଶ ଧୁମଧାମରେ ଜାନୁୟାରୀ ୨୬ ତାରିଖରେ ସାଧାରଣ ତନ୍ତ୍ର ଦିବସ ପାଳନ କରିଥାଏ ।

ସେପଟେ, ୧୫ ହଜାର ଫୁଟ ଉପରେ ଯବାନଙ୍କ ପରେଡ୍ ଦେଖିବାକୁ ମିଳିଛି । ଲଦାଖ ବର୍ଡରରେ ମାଇନସ୍ ୩୫ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇଛନ୍ତି । ସେହିପରି ହିମାଚଳ ପ୍ରଦେଶରେ ୧୬ ହଜାର ଫୁଟ ଉପରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇବା ସହ ପରେଡ୍ କରିଛନ୍ତି । ଉତ୍ତରାଖଣ୍ଡରେ ବି ଯବାନମାନେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ ୧୨ ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଛନ୍ତି ।