ଦ୍ୱିତୀୟ ବିବାହ କଲେ ବଲିଉଡର ପ୍ରସିଦ୍ଧ ଗାୟକ ! ୨୧ ବର୍ଷ ସାନ ପ୍ରେମିକାଙ୍କୁ ବିବାହ କଲେ ହିମେସ୍ ।

Advertisment
ଦ୍ୱିତୀୟ ବିବାହ କଲେ ବଲିଉଡର ପ୍ରସିଦ୍ଧ ଗାୟକ ! ୨୧ ବର୍ଷ ସାନ ପ୍ରେମିକାଙ୍କୁ ବିବାହ କଲେ ହିମେସ୍ ।

source : DNA India

ବର୍ତ୍ତମାନ ବଲିଉଡରେ ଯେପରି ବିବାହର ଋତୁ ଚାଲିଛି। ସୋନମ କପୁରଙ୍କ ବିବାହ ପରେ ଚୁପଚାପ୍ ବିବାହ କରିଥିଲେ ଅଭିନେତ୍ରୀ ନେହା ଧୁପିଆ । ଗତକାଲି ବଲିଉଡର ଆଉଜଣେ ସୁପରହିଟ ସଂଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିଆ ତାଙ୍କର ବହୁ ଦିନର ଗର୍ଲଫ୍ରେଣ୍ଡ ସୋନିଆ କପୁରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ହିମେଶଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ରହିଛି।publive-imageହିମେଶ ଏହା ପୂର୍ବରୁ କୋମଲଙ୍କୁ ୧୯୯୫ ମସିହାରେ ବିବାହ କରିଥିଲେ । ୨୨ ବର୍ଷର ବୈବାହିକ ସଂପର୍କ ପରେ ମଧ୍ୟ ୨୦୧୭ ମସିହାରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ସୋନିଆଙ୍କୁ ହିମେଶ ଏବଂ ତାଙ୍କ ପତ୍ନୀଙ୍କ ଛାଡ଼ପତ୍ରର କାରଣ ମଧ୍ୟ କୁହାଯାଇଥାଏ । ଗଣମାଧ୍ୟମର ଏହି ମନ୍ତବ୍ୟକୁ ମିଥ୍ୟା ବୋଲି କହିଛନ୍ତି ହିମେଶଙ୍କ ପୂର୍ବ ପତ୍ନୀ। ତାଙ୍କ ମତରେ, “ଦୁହିଁଙ୍କ ମଧ୍ୟରେ ସଠିକ୍ ବୁଝାମଣା ରହି ନ ଥିବାରୁ ଆମର ଛାଡ଼ପତ୍ର ହୋଇଥିଲା । ଆମେ ଦୁହେଁ ପରସ୍ପରକୁ ସମାନ ସମ୍ନାନ ପ୍ରଦାନ କରିଥାଉ । ଆମ ମଧ୍ୟରେ ଥିବା ବ୍ୟକ୍ତିଗତ କାରଣ ବଶତଃ ଆମେ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲୁ । ତେବେ ଏଥିରେ ସୋନିଆଙ୍କର କିଛି ଭୁଲ ରହିନାହିଁ । ଆମ ପରିବାରର ସମସ୍ତେ ଏବଂ ମୋ ପୁଅ ସୋୟମ ସୋନିଆଙ୍କୁ ବହୁତ ପସନ୍ଦ କରେ ।” ହିମେଶ ତାଙ୍କ ଠାରୁ ୨୧ ବର୍ଷ ସାନ ଟେଲିଭିଜନ ଅଭିନେତ୍ରୀ ସୋନିଆଙ୍କ ସହିତ ବିବାହ କରିଛନ୍ତି । ଦୁଇ ଦିନ ପୂର୍ବେ ଗୁପ୍ତ ଭାବେ ହିମେଶଙ୍କ ଘରେ ଦୁହିଁଙ୍କ ମେହେନ୍ଦି ହୋଇଥିବା ବେଳେ ଆଜି ସନ୍ଧ୍ୟା ସମୟରେ ଏକ ଛୋଟ ପାର୍ଟିର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe