ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ଗୋଟିଏ ପରେ ଗୋଟିଏ ବଲିଉଡ ଷ୍ଟାରଙ୍କ ବିବାହ ଖବର ଏବେ ସାମ୍ନାକୁ ଆସୁଛି । ଧୁମଧାମରେ ସୋନମଙ୍କ ବିବାହପରେ ବଲିଉଡ ଅଭିନେତ୍ରୀ ନେହା ଧୂପିଆ ସିକ୍ରେଟ ଭାବେ ବିବାହ କରିଥିବା ଖବର ସାମ୍ନାକୁ ଆସିଥିଲା । ଏବେ ଏହି ତାଲିକାରେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ହିମେଶ ରେଶମିୟାଙ୍କ ନାମ ସାମିଲ ହୋଇଛି ।
ହିମେଶ ତାଙ୍କର ଲଙ୍ଗ ଟାଇମ ଗର୍ଲ ଫ୍ରେଣ୍ଡ ଅଭିନେତ୍ରୀ ସୋନିଆ କପୁରଙ୍କୁ ବିବାହ କରିଛନ୍ତି । ଏହି ବିବାହରେ କେବଳ ପରିବାର ଲୋକଙ୍କ ସହିତ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ । ଏହି ବିବାହ ଦିଲ୍ଲୀର ଏକ ଗୁରୁଦ୍ୱାରରେ ଅନୁଷ୍ଠିତ ହୋଇ ଥିଲା ।/kanak/media/post_attachments/wp-content/uploads/2018/05/7_051218090521-204x300.jpg)
ଏହା ହିମେଶଙ୍କ ଦ୍ୱିତୀୟ ବିବାହ । ସେ ପ୍ରଥମ ପତ୍ନୀ କୋମଲଙ୍କ ସହିତ ୨୨ ବର୍ଷ ରହିବା ପରେ ତାଙ୍କୁ ତଲାକ ଦେଇଥିଲେ । ଗତବର୍ଷ ଜୁନରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଖବର ଅନୁସାରେ ସୋନିଆଙ୍କ ସହିତ ହିମେଶଙ୍କର ସମ୍ପର୍କ ଏହାର ମୁଖ୍ୟ କାରଣ ।
ହିମେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ବିବାହର ଖୁଲାସା ଖୋଦ ହିମେଶ କରିଛନ୍ତି । ଫଟୋରେ ହିମେଶ ଏବଂ ସାନିଆ ବର ବଧୂ ବେଶରେ ନଜର ଆସିଛନ୍ତି । ସୋନିଆ କପୁର ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ । ସେ ‘କେସା ୟେ ପ୍ୟାର ହେ’, ‘ଜୁଗନୀ ଚଲି ଜଳନ୍ଧର’, ‘ୟେ ବସ’, ‘ରିମିକ୍ସ’ ପରି ଅନେକ ଟିଭି ଶୋ’ରେ ନଜର ଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/article-l-201851315022518145000.jpg)
/kanak/media/post_attachments/wp-content/uploads/2018/05/09_46_16740979054-ll-152x300.jpg)