କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜର ଟ୍ୱିଟର ବାୟୋ ବଦଳାଇବା ସହ ଇଣ୍ଡିଆ ବଦଳରେ ଭାରତ ରଖିଛନ୍ତି । ଟ୍ୱିଟ୍ କରି ହିମନ୍ତ କହିଛନ୍ତି, ଇଂରେଜ ମାନେ ଆମ ଦେଶର ନାଁ ଇଣ୍ଡିଆ ରଖିଥିଲେ । ଆମର ପୂର୍ବପୁରୁଷ ଭାରତ ପାଇଁ ଲଢେଇ କରିଥିଲେ ଏବଂ ଆମେ ମଧ୍ୟ ଭାରତ ପାଇଁ କାମ କରିବା ଜାରି ରଖିବୁ ।

Advertisment

ହିମନ୍ତ ବିଶ୍ୱଶର୍ମାଙ୍କ ପୁରୁଣା ଟ୍ୱିଟର ବାୟୋରେ ଚିଫ୍ ମିନିଷ୍ଟର ଅଫ୍ ଆସାମ, ଇଣ୍ଡିଆ ଉଲ୍ଲେଖ ରହିଥିଲା । କିନ୍ତୁ ଏବେ ତାହାକୁ ବଦଳାଇ ଚିଫ୍ ମିନିଷ୍ଟର ଅଫ୍ ଆସାମ, ଭାରତ ବୋଲି ଉଲ୍ଲେଖ ରହିଛି । ହିମନ୍ତ ନିଜର ବାୟୋ ସେତେବେଳେ ବଦଳାଇଛନ୍ତି ଯେତେବେଳେ ବିରୋଧୀ ଦଳ ନିଜ ମହାମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି । ତେବେ ହିମନ୍ତଙ୍କ ଏଭଳି ବାୟୋ ପରିବର୍ତ୍ତନ ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ ନେତା କହିଛନ୍ତି, ଯାହାକୁ ଇଣ୍ଡିଆ ଭଲ ଲାଗୁନି ସେମାନେ ପାକିସ୍ତାନ ଚାଲି ଯାଉନାହାନ୍ତି କାହିଁକି?

ବାଙ୍ଗାଲୋରେ ବିରୋଧୀଙ୍କର ଏହି ବୈଠକରେ ୨୬ଟି ଦଳ ଭାଗ ନେଇଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ୨୬ ବିରୋଧୀ ଦଳ ଏକାଠି ହେବା ବିଜେପି ନେତୃତ୍ୱାଧୀନ ଏନଡିଏର ଚିନ୍ତା ବଢାଇ ଦେଇଛି ।

publive-image