ଆମକୁ ଭୋଟ ଦିଅ, ଆମେ ମୋଗଲମାନଙ୍କର କାରନାମା ସଫା କରିଦେବୁ : ହିମନ୍ତ ବିଶ୍ୱଶର୍ମା

850

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ ପାରର ନାରା ଦେଇଛି । ହେଲେ ବିରୋଧୀ ଏହାକୁ ବାରମ୍ବାର ଖଣ୍ଡନ କରୁଛନ୍ତି । ଏନେଇ ଆଜି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି, ଯଦି ଚଳିତ ନିର୍ବାଚନରେ ବିଜେପିକୁ ୪୦୦ ଆସନ ମିଳେ ତେବେ ସେମାନେ କରିବେ କଣ ?

ଝାଡଖଣ୍ଡରେ ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି, ବିଜେପିକୁ ଯଦି ୪୦୦ ଆସନ ମିଳିବ ତେବେ ପାକିସ୍ତାନ ଅଧିକୃତ କାଶ୍ମୀର ପୁଣି ଭାରତରେ ମିଶିବ , ଏହା ବ୍ୟତୀତ ସେ କହିଛନ୍ତି କି, ୪୦୦ ଆସନ ଜିତିଲେ କୃଷ୍ଣ ଜନ୍ମଭୂମୀ ମନ୍ଦିର ନିର୍ମାଣ କରାଯିବ । ୨୦୧୯ ନିର୍ବାଚନରେ ବିଜେପିକୁ ଲୋକେ ୩୦୦ ଆସନ ଦେଇଥିଲେ । ଫଳରେ ଦେଶରେ ରାମ ମନ୍ଦିର ପ୍ରତିଷ୍ଠ ହୋଇପାରିଛି । ଚଳିତ ଥର ଯଦି ୪୦୦ ଆସନ ମିଳିବ ତେବେ ଔରଙ୍ଗଜେବ ଯେଉଁଠି ଶାହା ଇଦଗାହା ନିର୍ମାଣ କରିଥିଲେ ତାହାକୁ ଭାଙ୍ଗି ସେଠାରେ କୃଷ୍ଣ ଜନ୍ମଭୂମୀ ମନ୍ଦିର ନିର୍ମାଣ କରାଯିବ । କେବଳ ସେତିକି ନୁହେଁ ଜ୍ଞାନବାପୀ ମସଜିଦ୍ ଭାଙ୍ଗି ସେଠାରେ ମନ୍ଦିର ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ହିମନ୍ତ ବିଶ୍ୱଶର୍ମା । ହିମନ୍ତ କହିଛନ୍ତି କି, ଆମକୁ ଆପଣ ନିର୍ବାଚିତ କରନ୍ତୁ ଆମେ ଗୋଟିଏ ପରେ ଗୋଟିଏ ମୋଗଲ କାରାନାମା ସଫା କରିଦେବୁ । ଝାଡଖଣ୍ଡର ଅନ୍ୟ ଏକ ସଭାରେ ହିମନ୍ତ କହିଛନ୍ତି କି, ଆମକୁ ୪୦୦ ଆସନ ଦେଲେ ଆମେ ସାରା ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବୁ ।