୩୦ ବର୍ଷ ତଳେ ନିଜ ପ୍ରେମିକା ତଥା ପତ୍ନୀ ରିନିକଙ୍କୁ ହିମନ୍ତ କହିଥିଲେ… ତୁମ ମାଙ୍କୁ କହିଦେବ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି । ସତକୁ ସତ,୨୦୨୧ରେ ଆସାମ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।

492

କନକ ବ୍ୟୁରୋ: ତୁମ ମାଙ୍କୁ କହିଦେବ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି । ରାଜ୍ୟର ଶାସନ ଭାର ସମ୍ଭାଳିବି । ବୋଧହୁଏ ନିଜ ଭବିଷ୍ୟତକୁ ନେଇ ନିଜ ପ୍ରେମିକାକୁ କିଛି କ୍ୱଚିତ୍ ପ୍ରେମିକ ଏଭଳି ଭରସା ଦେଇପାରନ୍ତି । ଆଉ ଜୀବନର ପରବର୍ତୀ ମୁହୁର୍ତରେ ସେଇ କଥାକୁ ସତ କରି ଦେଖାନ୍ତିି । ଦର୍ଶକ ବନ୍ଧୁ,ଆଉ କେହି ନୁହେଁ, ଆମେ କହୁଛୁ ନୂଆକରି ଆସାମର ମୁଖ୍ୟମନ୍ତ୍ରୀ ହୋଇଥିବା ହିମନ୍ତ ବିଶ୍ୱଶର୍ମାଙ୍କ ରୋମାଂଟିକ ଲଭ୍ ଲାଇଫ୍ ବିଷୟରେ । ଯାହା ୩୦ ବର୍ଷ ପରେ ଅର୍ଥାତ ୨୦୨୧ରେ ସତ ସାବ୍ୟସ୍ତ ହୋଇଛି ।
ସୋମବାର ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱଶର୍ମା । ସେ ଆସାମର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ହେଲେ ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ, ସେତେବେଳେ ତାଙ୍କ ୩୦ ବର୍ଷ ତଳର ସେହି ପୁରୁଣା କଥାକୁ ସାମ୍ନାକୁ ଆଣିଛନ୍ତି ତାଙ୍କ କଲେଜ ଦିନର ପ୍ରେମିକା ତଥା ଏବେ ତାଙ୍କର ଧର୍ମପତ୍ନୀ ରିନିକ୍ ଭୁୟାନ୍ ।

ହିମନ୍ତଙ୍କ ପତ୍ନୀ ରିନିକ୍ ଭୁୟାନଙ୍କ କହିବା ଅନୁସାରେ, ସେମାନେ ଦୁହେଁ ସେତେବେଳେ କାର୍ଟନ କଲେଜରେ ପଢୁଥାନ୍ତି । ଦୁହିଁଙ୍କ ବୟସ ବି ୧୭ ଆଉ ୨୨ ବର୍ଷ । ଦୁହେଁ ବନ୍ଧୁତାରୁ ଆଗକୁ ବଢିସାରିଥାନ୍ତି, ଆଉ ପରସ୍ପରକୁ ଭବିଷ୍ୟତରେ ଜୀବନ ସାଥୀ କରିବାକୁ ଇଚ୍ଛା ରଖିଥାନ୍ତି । ହେଲେ ଏହି ସମୟରେ ରିନିକ୍ ଦିନେ କଥାରେ କଥାରେ ହିମନ୍ତଙ୍କୁ କହିଥିଲେ, ମୁଁ ମୋ ମାଙ୍କୁ ତମ ବିଷୟରେ କଣ କହିବି, କଣ କହି ବା ତାଙ୍କୁ ଆମ ବିବାହ ପାଇଁ ରାଜି କରିବି । ଯାହାର ଜବାବ ଦୁହିଁଙ୍କୁ ସବୁଦିନ ପାଇଁ ଏକ୍ କରିଦେଇଥିଲା ।
ସେଦିନ ରିନିକଙ୍କୁ ହିମନ୍ତ କହିଥିଲେ, ତୁମ ମାଙ୍କୁ କହିଦେବ, ମୁଁ ଦିନେ ଆସାମର ମୁଖ୍ୟମନ୍ତ୍ରୀ ହେବି । ଏ ରାଜ୍ୟର ଶାସନ ଭାର ସମ୍ଭାଳିବି । ଆଉ ସତକୁ ସତ ଠିକ୍ ୩୦ ବର୍ଷ ପରେ ତାଙ୍କର ସେ ତାଙ୍କ ସତ ହୋଇଛି । ସେ ଆସାମର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଗାଦି ଅକ୍ତିଆର ନିଜ ନାଁରେ ଅକ୍ତିଆର୍ କରିଛନ୍ତି ।

ତେବେ ହିମନ୍ତଙ୍କ ଜନ୍ମ ୧୯୬୯ ମସିହା ଫେବୃଆରୀ ୧ରେ ହୋଇଥିଲା । ସେ ତାଙ୍କ ଜୀବନର ପ୍ରାରମ୍ଭିକ ଅବସ୍ଥାରେ ଓକିଲାତି କରୁଥିଲେ । ଏହାପରେ ସେ କଂଗ୍ରେସ ଦଳରୁ ନିଜର ପଲିଟିକାଲ କ୍ୟାରିଅର ଆରମ୍ଭ କରିବା ସହ ୨୦୦୧ରେ ପ୍ରଥମ କରି ବିଧାୟକ ହୋଇଥିଲେ । ଏହାପରେ ସେ କେବେ ବି ପଛକୁ ଫେରି ଚାହିଁନାହାନ୍ତି । ସଫଳତା ତାଙ୍କ ସାଥିରେ ରହିବା ସହ ସେ ଲଗାତାର ନିର୍ବାଚନ ଜିତି ଆସୁଛନ୍ତି । ୨୦୧୫ରେ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଉ ସୋନୱାଲ ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ହାତେଇଥିଲେ । ୨୦୨୧ ଆସାମ ନିର୍ବାଚନରେ ବିଜେପି ମେଟଂ ବହୁମତ ହାସଲ କରିବା ପରେ । ଏବେ ଆସାମରେ ଆରମ୍ଭ ହୋଇଛି ହିମନ୍ତ ସରକାର ।