ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ।

291

କନକ ବ୍ୟୁରୋ : ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଚୟନ କରାଯାଇଥିବା ଜଣାପଡିଛି ।

ତେବେ ରବିବାର ଦିନ ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ କରିଛନ୍ତି । ରାଜ୍ୟ ନେତୃତ୍ବ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ଦିନ ସର୍ବାନନ୍ଦ ସୋନୱାଲ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ଶୀର୍ଷସ୍ତରୀୟ ନେତାମାନଙ୍କ ସହ ଆଲୋଚନା କରିଥିଲେ ।

ତେବେ ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂହ କେନ୍ଦ୍ରୀୟ ନିରୀକ୍ଷକ ଭାବେ ଉପସ୍ଥିତ ରହିଥିଲେ । ତେବେ ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ସର୍ବାନନ୍ଦ ସୋନୱାଲ ।