କନକ ବ୍ୟୁରୋ: ବିଜେପିରୁ ବହିଷ୍କୃତ ହେଲେ ହିମାଂଶୁ ଶେଖର ସାହୁ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ସୂଚନା ରହିଛି ।
ସୂଚନା ମୁତାବକ, ହିମାଂଶୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପ୍ରସ୍ତୁତ କରିଥିଲେ ବି ବିଜେପି ତାଙ୍କୁ ଅଣଦେଖା କରିଥିଲା । ବିଜେପି ଧର୍ମଶାଳାରେ ତାଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା । ଏହାପରେ ହିମାଂଶୁଙ୍କ ସମର୍ଥକମାନେ ଯାଇ ବିଜେପି କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଥିଲେ ଏବଂ ହିମାଂଶୁଙ୍କୁ ଟିିକେଟ ଦେବାକୁ ଅଡି ବସିଥିଲେ । ଏହାପରେ ସେ ସ୍ୱାଧୀନ ଭାବେ ନାମାଙ୍କନ ଭରି ନିର୍ବାଚନକୁ ଓହ୍ଲାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/30-27.jpg)