ଟିକେଟ୍ ପାଇଁ ରାତି ଉଜାଗର । ବିଜେପି ପାର୍ଟି ଅଫିସରେ ଧାରଣା ଦେଲେ ଧର୍ମଶାଳାର ହିମାଂଶୁ ସାହୁଙ୍କ ସମର୍ଥକ ।

372

କନକ ବ୍ୟୁରୋ: ଟିକେଟ୍ ପାଇଁ ରାତି ଉଜାଗର । ବିଜେପି ପାର୍ଟି ଅଫିସରେ ଧାରଣା ଦେଇଛନ୍ତି ଧର୍ମଶାଳାର ହିମାଂଶୁ ଶେଖର ସାହୁଙ୍କ ସମର୍ଥକ । ସ୍ମୃତିରେଖା ପହିଙ୍କୁ ବିଜେପି ପ୍ରାର୍ଥୀ କରିଛି । ଯାହାକୁ ବିରୋଧ କରି ପ୍ରତିବାଦ କରିଛନ୍ତି ହିମାଂଶୁଙ୍କ ସମର୍ଥକ । ସବୁବେଳେ ଲୋକଙ୍କ ସହ ରହି ଆସିଥିବା ହିମାଂଶୁ ଶେଖର ସାହୁଙ୍କ ଟିକେଟ୍ କାହିଁକି କଟିଲା ବୋଲି କର୍ମୀମାନେ ପ୍ରଶ୍ନ କରିଛନ୍ତି । ଆଜି ହିମାଂଶଙ୍କର ୧୦ ହଜାର ସମର୍ଥକ ବିଜେପି ପାର୍ଟି ଅଫିସ ଆସୁଥିବାର ସୂଚନା ରହିଛି । ଯଦି ଟିକେଟ ନମିଳିବ ତା ହେଲେ ପାର୍ଟି ଅଫିସ ଅଚଳ କରିବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି । ସଂଧ୍ୟା ସୁଦ୍ଧା ଟିକେଟ୍ ନମିଳିଲେ ହିମାଂଶୁ ଏବଂ ତାଙ୍କର ହଜାର ହଜାର ସମର୍ଥକ ଇସ୍ତଫା ଦେବେ ବୋଲି ଜଣାପଡିଛି ।