ହିମାଚଳପ୍ରଦେଶରେ ପ୍ରବଳ ବର୍ଷାରେ ଭାସିଲା ଟ୍ରକ । ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

50

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ ଅନେକ ସ୍ଥାନରେ ବର୍ଷା ଲାଗି ଅନେକ କ୍ଷୟକ୍ଷତି ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ରବିବାରରେ ନୈନା ଦେବୀ ଓ ବିଳାସପୁରରେ ୧୭୮.୨ ଏମ୍ଏମ୍ ବର୍ଷା ହୋଇଛି । ଏଥିଯୋଗୁଁ ଅନେକ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ଜଳରେ ନଦୀ ତଟରେ ରଖାଯାଇଥିବା ଖାଲି ବସ୍ ଓ ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ ଏକ ଟ୍ରକ ଭାସିଯାଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟରେ ଅନେକ ସ୍ଥାନରେ ବିଦ୍ୟାଳୟମାନଙ୍କରେ ଛୁଟି ଘୋଷଣା କରାଯାଇଛି ।

 

ନଦୀମାନଙ୍କରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଏହା ନିକଟକୁ ନ ଯିବା ପାଇଁ ପ୍ରଶାସନ ସତର୍କ ସୂଚନା ଜାରି କରିଛନ୍ତି । ଅନେକ ସ୍ଥାନରେ ବାୟୁସେନାର ହେଲିକପ୍ଟର ସାହାଯ୍ୟରେ ବନ୍ୟା ପାଣି ଘେରରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ପ୍ରବଳ ବର୍ଷା ହେଉଥିବାରୁ ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାରେ ସମସ୍ୟା ଦେଖାଯାଉଛି । କେବଳ ଏତିିକି ନୁହେଁ ବରଂ ଅନେକ ତଳିଆ ସ୍ଥାନରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ଲୋକମାନଙ୍କର ଯିବା ଆସିବାରେ ମଧ୍ୟ ସମସ୍ୟା ହେଉଛି । ତେବେ ସମସ୍ତ ବନ୍ୟା ପୀଡିତଙ୍କୁ ସରକାର ସାହଯ୍ୟ ଯୋଗାଇଦେବେ ବୋଲି ସୂଚନା ମିଳିଛି ।