କନକ ବ୍ୟୁରୋ : ହିମାଚଳ ପ୍ରଦେଶ ଓନ୍ନା ଜିଲ୍ଲାରୁ ଆସିଛି ଦୁଃଖଦ ଘଟଣାର ଖବର । ଏଠାରେ ଏକ ବାଣ କାରଖାନାରେ ବିସ୍ପୋରଣ ଘଟି ୭ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅତିକମରେ ୧୫ ଜଣ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ମୁତାବକ ଓନ୍ନା ଜିଲ୍ଲା ହରୋଲି ଠାରେ ଥିବା ଏକ ବାଣ କାରଖାନାରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସମୟରେ ସେଠାରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ୭ ଜଣ ମହିଳା ଜୀବନ୍ତ ଜଳି ଯାଇଥିବା ବେଳେ ୧୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲକୁ ପଠାଇ ଦିଆଯାଇଛି । ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକ ଓ ଗୁରୁତରଙ୍କ ସଠିକ ସଂଖ୍ୟା ସ୍ପଷ୍ଟ ହୋଇପାରି ନାହିଁ । ସବୁଠାରୁ ବଡକଥା ଉଦ୍ଧାର ହୋଇଥିବା ଶବଗୁଡିକ ମଧ୍ୟରେ ଜଣେ ୩ ବର୍ଷର ବାଳିକା ରହିଛି ।
Himachal Pradesh | At least six workers charred to death in a blast at a factory in Bathu industrial area of Una. Around 12 suffered burn injuries and brought to a hospital in Una. Fire department personnel and officials present at the spot. Details awaited.
— ANI (@ANI) February 22, 2022
କହିରଖୁ କି ସଂପୃକ୍ତ ବାଣ କାରଖାନାରେ ୩୦-୩୫ ଜଣ ଲୋକ କାମ କରୁଥିଲେ । ବିସ୍ଫୋରଣ ପରେ ଓନ୍ନା ଜିଲ୍ଲାର ଏସପି ଅର୍ଜିତ ସେନ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ସେପଟେ ବାଣ କାରଖାନା ଅଞ୍ଚଳର ମହିଳା ପ୍ରଧାନ କହିଛନ୍ତି କି ବାଣ କାରଖାନାଟି ବେଆଇନ ଭାବେ ଏଠାରେ ଚାଲୁଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Capture-59.jpg)