କନକ ବ୍ୟୁରୋ : ପାହାଡି ରାଜ୍ୟ କୁହାଯାଉଥିବା ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି । କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଲୋକ ନିଖୋଜ ରହିଛନ୍ତି । ଏହି କ୍ରମରେ ଆଜି ପୁଣି ପ୍ରବଳ ବର୍ଷା ସହିତ ସିମଲା ମଣ୍ଡି ଠାରେ ଭୂସ୍ଖଳନ ହେବା କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି ।

Advertisment

ସୂଚନା ମୁତାବକ ସିମଲାର ଶୋଲ ଗାଁ ନିକଟରେ ଭୂସ୍ଖଳନ ହେବା କାରଣରୁ ମାଟିତଳେ ଚାପି ହୋଇ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଦମ୍ପତ୍ତି ଏକ ନିର୍ମାଣ କାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପୋଲିସର ସୂଚନା ମୁତାବକ ସେମାନେ ଝାଡଖଣ୍ଡର ବାସିନ୍ଦା ।