ଗୁଜୁରାଟ ପରେ ହିମାଚଳ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଆକଳନ । ଦୁଇଦିନ ମଧ୍ୟରେ ପୁଣି ଦିଲ୍ଲୀ ଡାକରା

231

କନକ ବ୍ୟୁରୋ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ହଠାତ୍ ଇସ୍ତଫା ଦେବା ଓ ନାଟକୀୟ ଢଙ୍ଗରେ ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହେବା ପରେ ପୁଣି ଗୋଟିଏ ରାଜ୍ୟରେ ବିଜେପି ତା’ର ମୁଖ୍ୟମନ୍ତ୍ରୀ ଚେହରା ବଦଳାଇବାକୁ ନେଇ ଅଟକଳ ଜୋର ଧରିଛି । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଦୁଇଦିନ ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କ ସହ ଭେଟ କରି ଫେରିବା ପରେ ପୁଣିଥରେ ତାଙ୍କୁ ଦଳ ହାଇକମାଣ୍ଡ ଦିଲ୍ଲୀ ଡାକିଛନ୍ତି । ଏହାକୁ ନେଇ ଏବେ ବିଜେପି ଶିବିରରେ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ଦିଲ୍ଲୀ ଡକାଯିବା ଘଟଣାକୁ ଗୁଜୁରାଟ ସହିତ ଯୋଡା ଯାଉଛି ।

ଏଭଳି ଘଟଣା ପରେ ହିମାଚଳ କଂଗ୍ରେସ ପକ୍ଷରୁ କୁହାଯାଇଛି କି ଜୟରାମ ଠାକୁର ମନ୍ତ୍ରୀପଦରୁ ଖୁବଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି । ଅନ୍ୟପଟେ ଏଭଳି ଆଲୋଚନାକୁ ବିଜେପି ଖଣ୍ଡନ କରିଛି । ବିଜେପି କହିଛି କି ପ୍ରଥମରୁ ଘୋଷଣା କରାଯାଇଛି ଯେ,୨୦୨୨ ବିଧାନସଭା ନିର୍ବାଚନ ଜୟରାମ ଠାକୁୂରଙ୍କ ନେତୃତ୍ୱରେ ଲଢାଯିବ । କହିରଖୁ କି ଆଜି ଜୟରାମ ଠାକୁର ପୁଣି ଦିଲ୍ଲୀ ଗସ୍ତ କରିବେ  ।

ସୂଚନା ଥାଉକି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗତ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୮ ତାରିଖରେ ଦିଲ୍ଲୀ ଯାଇଥିଲେ । ବୁଧବାର ଦିନ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ । ଗୁରୁବାର ଦିନ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି  ହିମାଚଳ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ଅନ୍ୟପଟେ କୁହାଯାଉଛି କି ହିମାଚଳରେ ହେବାକୁ ଥିବା କିଛି ଆସନରେ ଉପନିର୍ବାଚନ ବାବଦରେ ଆଲୋଚନା କରିବାକୁ ଦଳର ହାଇକମାଣ୍ଡ ତାଙ୍କୁ ଦିଲ୍ଲୀ ଡାକିଛନ୍ତି ।