କନକ ବ୍ୟୁରୋ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ବିଜେପି ଏଠାରେ ସବୁ ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିସାରିଥିବା ବେଳେ କଂଗ୍ରେସ ୪୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ସ୍ଥାନୀୟ ଭୋଟରଙ୍କ ନଜର ରହିଛି ପଞ୍ଜାବ ଏବଂ ଦିଲ୍ଲୀରେ ସରକାରରେ ଥିବା ଆପ ଉପରେ । ଆଶା କରାଯାଉଛି କୌଣସି ବି ମୁହୂର୍ତ୍ତରେ ପ୍ରାର୍ଥୀ ତାଲିକା ଜାରି କରିପାରେ ।

Advertisment

ଦଳବି ଏଠି ନିର୍ବାଚନ ଜିତିବା ପାଇଁ ଗାଁ ଗାଁରେ ଅଭିଯାନ ଜାରିରଖିଛି । ତୃତୀୟ ଦଳ ଭାବେ ଆପ୍ ଏଠି କଂଗ୍ରେସ ଏବଂ ବିଜେପିକୁ ଟକ୍କର ଦେଉଛି । ଲଗାତର ଭାବେ କାର୍ଯ୍ୟକର୍ତ୍ତା ମଧ୍ୟ ଏଠାରେ ତୃଣମୂଳ ସ୍ତରରେ କାମ କରୁଥିବା ଦେଖିବାକୁ ମିଳିଛି । ଦଳ ଘୋଷଣା କରିଛି ଯେ, ସରକାର ଗଠନ କଲେ ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ପ୍ରତ୍ୟେକ ମାସରେ ଏକ ହଜାର ଟଙ୍କା ସ୍ତ୍ରୀ ସମ୍ମାନ ରାଶି ପ୍ରଦାନ କରାଯିବ । ବେରୋଜଗାର ଲୋକଙ୍କୁ ରୋଜଗାରର ମାଧ୍ୟମ ଦିଆଯିବ । ଶିଶୁଙ୍କୁ ମାଗଣା ଶିକ୍ଷା ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ ।